#Breaking News

ଘରୋଇ କଳାରୁ ହତ୍ୟାକାଣ୍ଡ,୨ ମୃତ


ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଗ୍ରାମରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାପା ଦେବ ସିନ୍ଧ୍ରିଆ(୬୦) ଏବଂ ପୁଅ ରତନ ସିନ୍ଧ୍ରିଆ(୨୭) । ସେହିପରି ରତନଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ଅଧିକ ପଚରାଉଚରା ଚଳାଇଛି।
ପ୍ରକାଶ ଯେ, ଦେବ ଏବଂ ଅଭିଯୁକ୍ତ କମଳ ସମ୍ପର୍କରେ କକା, ପୁତୁରା । ଉଭୟ ପରିବାର ଗୋଡ଼ଭଗାକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ତେବେ ଘରକୁ ଫେରିବା ପରେ ଅପରାହ୍ନରେ ଉଭୟ ପରିବାର ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା । କମଳ ଏକ କଟୁରୀରେ ଦେବଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଘଟଣାସ୍ଥଳରେ ଦେବଙ୍କ ମୃତ୍ୟୁ ହୋଇ ଥିବାବେଳେ ଦେବଙ୍କ ପୁଅ ରତନ ଏବଂ ତାଙ୍କ ପୁତ୍ରବଧୂ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ନିଆଯିବା ବାଟରେ ରତନଙ୍କ ମୃତ୍ୟୁ ହୋଇଥିଲା । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି ।

Leave a comment

Your email address will not be published. Required fields are marked *