#Breaking News

କଟକ ବିଜେପିର ମିହିର ଦାସଙ୍କ ପାଇଁ ଶୋକ ସଭା


କଟକ(ଉଲାପ୍ର)ସୁନାମଧନ୍ୟ ଲୋକପ୍ରିୟ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିହିର ଦାସଙ୍କ ଗତକାଲି ଦେହାନ୍ତ କାରଣରୁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ନଗରଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ସ୍ଥଗିତ ରଖି ପ୍ରଥମେ ଶୋକ ସଭା କରାଗଲା।ଏଥିରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ବରିଷ୍ଠ ଅଧିବକ୍ତା ସୌରଚନ୍ଦ୍ର ମହାପାତ୍ର,ରଶ୍ମିରେଖା ଦାସ ସ୍ବର୍ଗତ ମିହିର ଦାସଙ୍କ ଉଦ୍ଦେଶ୍ୟରେ ଶୋକ ସନ୍ଦେଶ ଦେବା ପରେ ଶୋକସଭା କରି ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ମିହିର ଭାଇଙ୍କ ଗୁଣଗାନ କରି,ଓଡ଼ିଶାର ଏକ ଅପୁରଣୀୟ କ୍ଷତି ବୋଲି କହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଅପରାହ୍ନରେ ପୂର୍ବ ସ୍ଥିରୀକୃତ ହୋଇଥିବା ଜିଲ୍ଲା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟରୁ ପ୍ରଶିକ୍ଷକ ଭାବେ ଏଥିରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲ୍ଳୀପ ମଲ୍ଲିକ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପୁର୍ବତନ ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ,ରାଜ୍ୟ ସମବାୟ ପ୍ରକୋଷ୍ଠ ଆବାହକ ଶ୍ରୀ ପବିତ୍ର ଦାଶ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶାରଦା ପ୍ରଧାନ ଆଦି ବିଭିନ୍ନ ବୈଚାରିକ ବିଷୟରେ ଆଲୋଚନା ରଖିଥିଲେ।ଏଥିରେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ସୁକାନ୍ତ ବିଶ୍ୱାଳ,ବିଶ୍ୱରଞ୍ଜନ ମିଶ୍ର,ଦେବାଶିଷ ରାୟ, ଅକ୍ଷୟ ଆଚାର୍ଯ୍ୟ,ଅମ୍ବିକା ସାମଲ, ଭାଗିରଥୀ ଦଳେଇ,ଦୁର୍ଯ୍ୟୋଧନ ଲେଙ୍କା,ବିକାଶ ବେହେରା,ହରପ୍ରସନ ଦାଶ,ପାର୍ବତୀ ଦାସ,ବିଶ୍ୱରଥୀ ସ୍ୱାଇଁ, ଜୟକୃଷ୍ଣ ସ୍ବାଇଁ,ପ୍ରବୀଣା ମହାପାତ୍ର, ସତ୍ୟବ୍ରତ ମିଶ୍ର,ପୂର୍ଣ୍ଣଚନ୍ଦ୍ର ଜେନା,ଲଲାଟେନ୍ଦୁ ଦାସ,ରତନ ମହାନ୍ତି, ଦେବାନନ୍ଦ ସିଂ,ସ୍ବର୍ଣ୍ଣଲତା ସେଠୀ,ସୋନିଆ ଶର୍ମା,ନମିତା ମିଶ୍ର,ମହମ୍ମଦ ସବିର,ମହେନ୍ଦ୍ର ମହାନ୍ତି, ସଞ୍ଜୟ ଜେନା,ଶିବପ୍ରସାଦ ସେଠୀ,ସୁବାଷ ମହାନ୍ତି,ଜ୍ୟୋତିରଞ୍ଜନ ପଳେଇ,ରଞ୍ଜିତା ନାଏକ,ସୌଦାମିନୀ ମିଶ୍ର, ଶ୍ରୀନିବାସ ରେଡ଼ି,ରମେଶ ଦାସ,ଶ୍ୟାମସୁନ୍ଦର ସାହୁ, ଶରତ ଭୋଳ,କୃଷ୍ଣଚନ୍ଦ୍ର ମହାପାତ୍ର, ସଂଯୁକ୍ତା ମିଶ୍ର,ସୁଶାନ୍ତ ମହାନ୍ତି, ଅଭିଳାଷ ଜେନା,ସୁଜାତା ଭରଦ୍ବାଜ,କିଷାନ ବର୍ମା,ସୁବାଷ କେଡ଼ିଆ,ଶିବ ସିହ୍ନା,ଜୀବନ ଦାସ,ସଦାନନ୍ଦ ବିଶ୍ୱାଳ,ସୁମନ ରାଉତ,ଉଷା ପାତ୍ର,ସତ୍ୟେନ ରାଉତ ରାଏ, ନୃସିଂହ ପାତ୍ର,କଲ୍ୟାଣି ମହଲା,ସୁମିତ୍ରା ସାହୁ,ଶତ୍ରୁଘ୍ନ ଜେନା ପ୍ରଭୃତି ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *