#Uncategorized

ଚାରିଦିନ ହେଲାଣି ରାଣୀପଥର ଜଙ୍ଗଲଜଳୁଛି ଲିଭାଇବା ପାଇଁ ଜଙ୍ଗଲ ବିଭାଗର ପ୍ରୟାସ ଜାରି


ଫୁଲ ବାଣୀ-( ସୁନୀଲ ପଟନାୟକ) ଦିନେ କି ଦି ଦିନ ନୁହେଁ ଗଲା ୪ ଦିନ ହେଲାଣି ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ସୁଡୁରୁ କୁମ୍ପା ଜଙ୍ଗଲ 6 ରଂଜ ଅଧିନରେ ଥିବା ରାଣି ପଥର ରିଜର୍ଭ ଜଙ୍ଗଲ ଓ ଆଖପାଖ ଜଙ୍ଗଲ ହୁତ ହୁତ ହୋଇ ଜଳୁଛି ଯେ, ଲିଭିବାର ନା ଧରୁନି। ନିଆଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଏତେ ଜୋରରେ ବ୍ୟାପୁଛି ଯେ ନିଆଁର ଆଁ ଭିତରକୁ ୯/୧୦ ଟି ଗାଁ ଆସିଗଲାଣି। ପ୍ରବଳ ଧୁଆଁ ରେ ଅଣନିଶ୍ଵାସୀ ହୋଇ ଗଲେଣି ଏ ସବୁ ଗ୍ରାମର ଲୋକମାନେ।

ନିଆଁ ଲିଭାଇବା ଦିଗରେ ଜଙ୍ଗଲି ବାବୁମାନେ କୁ ଆଡେ ତତ୍ପରତା ପ୍ରକାଶ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ନିଆଁ ଲାଗି ଏକ ର ଏକ ର ମୂଲ୍ୟବାନ ଜଙ୍ଗଲ ନଷ୍ଟ ହୋଇଗଲାଣି। ସଚେତନତା ଅଭାବରୁ ଜଙ୍ଗଲରେ ନିଆଁଲାଗି ଜୈବ ବିବିଧତା ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି।

ଏପଟେ ଏ ସବୁ ଅଞ୍ଚଳ ମାଓ ଇଲାକା ହୋଇଥିବାରୁ ସୁରକ୍ଷା ବାହାନାରେ ବାବୁ ମାନେ ଜଙ୍ଗଲ ଭିତରକୁ ଯାଉନାହାନ୍ତି।
ଏନେଇ ସୁଡୁରୁକୁମ୍ଫା 6ରଂଜ ଅଫିସର ଙ୍କୁ ପଚାରିବାରେ ସେ ବୌଦ୍ଧପଟରୁ ଜଙ୍ଗଲରେ ନିଆଁ ଲାଗି ଏପଟକୁ ମାଡିଆସିଛି ସେ ପୁଣି ପାହାଡ଼ର ଶୀର୍ଷରେ । ଏଣୁ ନିଆଁ ଲିଭାଇବା ପାଇଁ କଷ୍ଟ ହେଉଥିଲେ ମଧ୍ୟ ବନ କର୍ମଚାରୀମାନେ ଅଗ୍ରାଧିକାର ଭିତ୍ତିରେ ନିଆଁକୁ ଆୟତ କରିବାପାଇଁ ଅକ୍ଲାନ୍ତୁ ଉଦ୍ୟମ କରୁଥିବା 6ରଂ ଜର ଝାଙ୍କର କହିଛନ୍ତି।

ସେହିପରି ବିଭାଗୀୟ ବନ କର୍ମଚାରୀ ଙ୍କ ଦାୟିତ୍ଵହୀନତା ଓ ଅଦୁର ଦର୍ଶିତା ଯୋଗୁଁ କଳିଙ୍ଗା ଜଙ୍ଗଲ କୁ ମଧ୍ୟ ନିଆଁ ଗିଳି ଚାଲିଛି। ଫଳରେଛାରଖାର ହେବାକୁ ବସିଛି ମୂଲ୍ୟବାନ ସୁନ୍ଦର ସବୁଜ ଘଞ୍ଚ ବନାନୀ । ନିଆଁ ଲିଭିବାର ନା ଧରୁ ନି ଗତ ସପ୍ତାହେ ହେଲାଣି।

ହେଲେ ରବିବାର ଫୁଲବାଣୀ ସହରର ଏଫସିଆଇ ଓ କୁମ୍ଭାରପଡ଼ା ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖାଯାଇଥିଲା ତେବେ ଏନେଇ ଅଭିଯୋଗ ହେବା ପରେ ଫୁଲବାଣୀ ଜଙ୍ଗଲ ବିଭାଗ 6ରଂଜ ଅଫିସର ସଚିଦାନନ୍ଦ ସେଠି ତତକ୍ଷଣାତ ସଦଳବଳେ ବନ କର୍ମଚାରୀଙ୍କ ସହ ପହଞ୍ଚି ରାତି ତମାମ ଅକ୍ଲାନ୍ତ ପରିଶ୍ରମ କରି ଜଙ୍ଗଲ ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଫୁଲବାଣୀ 6ରଂଜ ଅଫିସର ସେଠି ଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ମୁଲ୍ୟବାନ ଜଙ୍ଗଲ ନଷ୍ଟ ହେବାରୁ ରକ୍ଷା ହେବା ସହ ଜଙ୍ଗଲି ଜିବ ଯନ୍ମ ମଧ୍ୟ ଆସନ୍ନ ମୃତ୍ୟୁମୁଖରୁ ରକ୍ଷାପାଇପାରିଲେ । ଜଙ୍ଗଲରେ ଆଗକୁ ଆଉ ଯେପରି ନିଆଁ ନ ଲାଗିବ ସେଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ସଚିଦାନନ୍ଦ ସେଠି କହିଛନ୍ତି ।
ଏନେଇ ଡିଏଫ ଓ ଲକ୍ଷ୍ମୀ ନାରାୟଣ ବେହେରା
ଙ୍କୁ ପଚାରିବାରେ ସେ ନିଆଁ ଲିଭାଇବା ଓ ସଚେତନ କରିବା ଦିଗରେ ଜଙ୍ଗଲ ବିଭାଗ କମିଚାରୀ, ଅଫିସର ଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ଜଙ୍ଗଲ ସୁରକ୍ଷା କମିଟି , ପରିବେଶବିତ, ସ୍ଵେଛାସେବୀ ସଂଗଠନ’ ଓ ଗଣମାଧ୍ୟମର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ପ୍ରାକୃତିକ ଜଙ୍ଗଲ ପରିବେଶସୁରକ୍ଷା ଦିଗରେ
ସମସ୍ତଙ୍କର ଆନ୍ତରୀକ ସହଯୋଗ ରହିଲେ ଜଙ୍ଗଲ ସୁରକ୍ଷା ହେବ। ସହ ନିଆଁ ଦାଉରୁ ରକ୍ଷାକରିବା ସମ୍ଭବ ହେବ ବୋଲି କହିଥିଲେ।
ତଥାପି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ ସତର୍କ ଦୃଷ୍ଟିଦେବା ପାଇଁ ସମସ୍ତ ୭ଟି ଯାକ ବନ ବିଭାଗ 6ରଂଜକର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଓ ଏଥିରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗ ହେଲେ ତଦନ୍ତ କରାଯାଇ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫୁଲବାଣୀ ଡିଏଫ୍ ଓ ଆଇ. ଏଫଏସ ଲକ୍ଷ୍ମୀନାରାୟଣ ବେହେରା କହିଛନ୍ତି।

Leave a comment

Your email address will not be published. Required fields are marked *