#Breaking News #Uncategorized

ପ୍ରଧାନମନ୍ତ୍ରୀ ଗ୍ରାମସଡକ ନିମ୍ନମାନର

ନରସିଂହପୁର -(ଉଲାପ୍ର)
ନରସିଂହପୁର ପାଇକ ରେଗେଡା ଠାରୁ ନୂଆଗାଁ ପର୍ଯ୍ୟନ୍ତ ଗ୍ରାମସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି।ଏହିରାସ୍ତା ସଂପୂର୍ଣ୍ଣ ନିମ୍ନ ମାନର ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଆସୁଛନ୍ତି।ଠିକାଦାର ଜଣକ ପ୍ରକଳ୍ପ ଏଷ୍ଟିମେଟ ଅନୁଯାଇ କାମ ନକରି ନିଜ ଇଚ୍ଛାରେ କାମ କରୁଥିବାରୁ ତାହା ଲୋକମାନଙ୍କ କାମରେ ଆସିବନାହିଁ ବୋଲି ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି।ହେଲେ ଠିକାଦାର ମାନୁନାହାନ୍ତି।କନିଷ୍ଠ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏହି କାମକୁ ଦେଖିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *