#Breaking News

କଟକ ଜିଲା ସାମ୍ବାଦିକ ସଙ୍ଘ ତରଫରୁ ପଂଚାୟତ ନିର୍ବାଚନ ରେ ଗଣମାଧ୍ୟମ ର ଭୂମିକାର ଆଲୋଚନା ଚକ୍ର ଅନୁଷ୍ଠିତ


ତିଗିରିଆ(ଉଲାପ୍ର)ରାଜ୍ୟରେ ଆଗାମୀ ଦିନରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ, ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଙ୍ଘ ଅନୁବନ୍ଧିତ କଟକ ଜିଲା ସାମ୍ବାଦିକ ସଙ୍ଘ ତରଫରୁ ପାଞ୍ଚଗାଁ କଲ୍ୟାଣମଣ୍ଡପ ଠାରେ ପଞ୍ଚାୟତ ନିର୍ବାଚନ ରେ ଗଣମାଧ୍ୟମ ର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି,କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ

ସାହିତ୍ୟିକ, ସମାଲୋଚକ ଡ଼ଃ ନାରାୟଣ ପଣ୍ଡା,ଏହି କାର୍ଯ୍ୟକ୍ରମ ରେ ଭାରତୀୟ ପେଷାଦାର ସାମ୍ବାଦିକ ମହାସଂଘର କାର୍ଯ୍ୟକାରିଣୀ ସଭ୍ୟ ପ୍ରଭାକର ଶିରୋମଣି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ,ଅନ୍ୟମାନଙ୍କ ମଧ୍ୟରେ ଦୈନିକ କାଳାନ୍ତର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ,ସାପ୍ତାହିକ ସମ୍ବାଦପତ୍ର ର ସମ୍ପାଦକ ଦିଲୀପ ଦାସ,ବିଜେପି କଟକ ଜିଲା କୃଷକ ମୋର୍ଚ୍ଚାର ସଭାପତି ଶଙ୍କର୍ଷଣ

ମହାନ୍ତି,କଂଗ୍ରେସ ନେତା ସରୋଜ ଦାଶ ସଂମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ,ଏହି ଆଲୋଚନା ଚକ୍ରରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନେ ଯୋଗଦେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ପଞ୍ଚାୟତ ନିର୍ବାଚନ ରେ ଗଣମାଧ୍ୟମ ର ଭୂମିକା ନେଇ,ଏହି ଆଲୋଚନା ଚକ୍ରରେ ତିନିଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ କଟକ ଜିଲା ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a comment

Your email address will not be published. Required fields are marked *