#Breaking News #Uncategorized

ବାତ୍ୟା ୟସର ପ୍ରଭାବରେ ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ମେଘୁଆ ପାଗ ସହ ଝିପିଝିପି ବର୍ଷା


ଫୁଲବାଣୀ-( ସୁନୀଲ ପଟନାୟକ) ବାତ୍ୟା ୟସ ର ପ୍ରଭାବ ଗତକାଲି ଠୁ ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ଦିନ ତମାମ ଫୁଲବାଣୀରେ ଆକାଶ ମେଘା ଛନ୍ନ ରହିବା ସହ ଜିଲ୍ଲାର ରାଇକିଆ,ଜିଉଦୟ ଗିରି ଆଦି କେତେକ ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ବୋହି ଥିଲ।ଗତକାଲି ରାତିତମାମ ଝିପିଝିପି ବର୍ଷା ଲାଗିରହିଥିଲା। ସେହିପରି ଆଜି ବୁଧବାର ମଧ୍ଯ ଫୁଲବାଣୀସହରରେ ମେଘୁଆ ପାଗ ସହ ଛାଡି ଛାଡି ବର୍ଷା ହେଉଛି । ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡିବନ୍ଧ, କୋଟଗଡ଼, ଫିରିଙ୍ଗିଆ ଆଦି ଅନେକ ସ୍ଥାନରେ ଆକାଶ ମେଘା ଛନ୍ନ ରହିବା ସହ ବର୍ଷା ବି ହେଉଛି। ତେବେ ଜିଲ୍ଲାରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇନାହିଁ। ପ୍ରଶାସନ ବା ତ୍ୟା ୟ ସ ଉପରେ ସତର୍କ ନଜର ରଖିଥିବା କଥା ଏମରଜେନସି ଅଫିସର କହିଛନ୍ତି ।
ମେଘୁଆ ପାଗ ସହ ଝିପିଝିପି ବର୍ଷା ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁନଥିବାରୁ ଦୋକାନବଜାର । ପରୀବା ମାର୍କେଟ ସବୁ ଖାଁ ଖାଁ ରହିଥିବା ଦେଖାଯାଇଥିଲା।

Leave a comment

Your email address will not be published. Required fields are marked *