#Breaking News #Uncategorized

କରୋନାକାଳର ଦୁଃଖ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଛାତ୍ରଛାତ୍ରୀଙ୍କୁ ଚାଉଳ କି ଟଙ୍କା ମିଳିନି ‘ ଅର୍ଦ୍ଧାଧିକ ଶିକ୍ଷକଙ୍କ ଦେଖା ମିଳୁନି


ଫୁଲ ବାଣୀ- (ସୁନୀଲ ପଟନାୟକ)କରେ । ନା ମହାମାରୀ ପାଇଁ ସରକା ର ପ୍ରଥମରୁ ଅଷ୍ଟମ ଯାଏ ସ୍କୁଲ ବନ୍ଦ କରିଛନ୍ତି। ଏବେ କରେ। ନା ରଦ୍ଵିତୀୟ ଲହର ପାଇଁ ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ଶିକ୍ଷକମାନେ ସଦର ମହକୁମା ରେ ରହି ପିଲାଙ୍କ ଆଡ଼ମିଶନ କରିବେ. ମଧ୍ୟାନ୍ନ ଭୋଜନ ବାବଦ ଚାଉଳ ଓ ଟଙ୍କା ପିଲାଙ୍କୁ ପ୍ରଦାନ କରିବେ । ଏଥି ସହ ଘରକୁ ଘର ଯାଇ ଆଉଟ ଅଫ ସ୍କୁଲ ( ଓ ଏସ ସି) ସ6 ର୍ଭ ମଧ୍ୟ କରିବେ । ହେଲେ ଜିଲ୍ଲାରେ ସଦର ମହକୁମା ସମେତ ବ୍ଳକରେ ଥିବା ପ୍ରାଥମିକ ଉଚ୍ଚପ୍ରାଥମିକ ଓ ହାଇସ୍କୁଲ ର ଶହ ଶହ ସଂଖ୍ୟାରେ ଶିକ୍ଷକଶିକ୍ଷୟିତ୍ରୀମାନେ ମେ ୫ ରୁ ଗ୍ରାମକୁ ପକାଇଥିବା ଶୁଣିବାକୁ ମିଳୁଛି । ଫଳରେ ଗ୍ରାମ ।ଞ୍ଚଳରେ ଥିବା ଅଧିକାଂଶ ସ୍କୁଲ ସବୁ ତାଲା ପଡିଥିବା ଅଭିଯୋଗ ହେଉଛି।
ଯେଉଁଠି ବି ସ୍କୁଲ ଖୋଲୁଛି ସେଠି ଜଣେ ଶିକ୍ଷକମାତ୍ର ଆସି କିଛି ସମୟ ବୁଲାବୁଲି କରି ଯାଉଛନ୍ତି । ଏପଟେ ସରକାର ପ୍ରଥମରୁ ଅଷ୍ଟମ ଯାଏ ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ,ମେ ଓ ଜୁନ ମାସର ୩୭ଦିନ ର ମଧ୍ୟାହ୍ନ ଭୋଜନ ଚାଉଳ ଓ ଟଙ୍କା ପ୍ରଦାନ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ।। ପ୍ରଥମରୁ ୫ମ ଯାଏ ପିଲାଙ୍କୁ ଦିନକୁ୧୦୦ ଗ୍ରାମ ଲେଖାଏ ୩୭ ଦିନର ୩ କେଜି ୭୦୦ଗ୍ରାମ ଚାଉଳ ଓ ୨୫୪ ଟଙ୍କା ଓ ଷଷ୍ଠରୁ ଅଷ୍ଟମ ଯାଏ ଛାତ୍ରଛାତ୍ରୀଙ୍କୁ ଦିନକୁ୧୫୦ ଗ୍ରାମ ଚାଉଳ ହିସାବ ରେ ୫କେଜି ୫୫୦ ଗ୍ରାମ ଚାଉଳ ସହ ୨୯୯ ଟଙ୍କା ୭୦ ପଇସା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜିଲ୍ଲାର ୯୦ ଭାଗ ସ୍କୁଲ ପିଲାଏ ଯାଏ ନା ମଧ୍ୟ ।ହ୍ନ ଭୋଜନ ଚାଉଳ ପାଇଛନ୍ତି ନା ଟଙ୍କା। ସେହିପରି ଜାନୁଆରିଠୁ ମାର୍ଚ୍ଚ ଯାଏ ମଧ୍ୟ କିଛି ସ୍କୁଲ ପିଲା ମଧ୍ୟ ।ନ୍ନ ଭୋଜନ ଚାଉଳ କି ଟଙ୍କ।
ପାଇ ନ ଥିବା ମଧ୍ୟ ଅଭିଯୋଗ ହେଉଛି ।
ପ୍ରଧାନଶିକ୍ଷକ ଓ ଶ୍ରେଣୀ ଶିକ୍ଷକମାନଙ୍କ ଖାମଖିଆଲି ଓ ମନମୁଖୀ କାରବାର ଯୋଗୁ ଛାତ୍ରଛାତ୍ରୀମାନେ ଚାଉଳ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଶିକ୍ଷକମାନେ ଗାଁକୁ ପଳାଇଥିବା ଯୋଗୁ ଏ ଭଳି ଅବ୍ୟବସ୍ଥା ଜିଲ୍ଲାରେ ସୃଷ୍ଟି ହୋଇଥିବା କୁହାଯାଇଛି ।
ଏବେ ଲକଡ଼ାଉନଯୋଗୁ ଲୋକଙ୍କ ପାଖରେ କାମଧନ୍ଦା ନାହିଁ କିପରି ସେମାନଙ୍କ ପିଲାମାନଙ୍କୁ ପେଟ ପୁରା ଖାଇବାକୁ ଦେବେ ସେ ନେଇ ଚିନ୍ତାରେ ବାପାମା ।
ଏବେ ଆମ୍ବ ପଣସ ସିଜନ ଥିବାରୁ ଆମ୍ବ ପଣସ ଖାଇ ବଞ୍ଚିଥିବା କହୁଛନ୍ତି ।
ଏଭଳି ପରିସ୍ଥିତିରେ ସେମାନଙ୍କୁ ଚାଉଳ ଓ ଟଙ୍କା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ।
ଏପଟେ ବିଇ ଓମାନେ ସବୁ ଜାଣି ଗ୍ରାମକୁ ଛୁ ମାରିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ବସିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଗ୍ରାମରେ ରହି ମଜା ମାରୁଥିବା ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ର ଆବଶ୍ୟକତା ରହିଛି ।

Leave a comment

Your email address will not be published. Required fields are marked *