#Breaking News

ସାମ୍ବାଦିକ ଙ୍କୁ ଶିକ୍ଷକଙ୍କ ହତ୍ୟା ଧମକ, ଥାନାରେ ଏତଲା


ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ର ଜଣେ କର୍ତବ୍ୟ ରତ ସାମ୍ବାଦିକଙ୍କୁ ହତ୍ୟାଧମକ ଦେବାସହ ମାରଧର କରୁଥିବା ଦେଖିବାକୁ ମିଳିଛି l ଏଭଳି ଘଟଣାକୁକନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର କାର୍ଯ୍ୟକାରୀ ସଭାପତି ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ତୀବ୍ର ନିନ୍ଦା କରିବାସହସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି l
ଏ ନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ସାମ୍ବାଦିକ ଦୁଇଜଣକୋଟଗଡ଼ ଥାନାରେ ଏତଲା ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ, କୋଟଗଡ଼ ବ୍ଲକ ର ପାରିଗଡ଼ ପଂଚାୟତ କୁ ସମ୍ବାଦ ସଂଗ୍ରହ କରିବାକୁ ଦୁଇଜଣ ସାମ୍ବାଦିକ ଯାଇଥିଲେ l ତେବେ ଫେରିବା ବେଳେ ଗୁଡ଼ୁ ମିଲା ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ବାହାରେ ବୁଲୁଥିବା ଦେଖି ସ୍କୁଲ କୁ ଯାଇ ଦେଖିବା ବେଳେ କେହି
ଶିକ୍ଷକ ନଥିବା ରୁ ସ୍କୁଲ ର ଫୋଟୋ ଉଠାଇବା ସହ ଗାଁ ଲୋକଙ୍କୁ ପଚାରିକି ଯାଉଥିବାବେଳେ
ଏତିକି ବେଳେ ଲଞ୍ଜାମ ଗ୍ରାମ ରେ ଥିବା ସ୍କୁଲ ର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ ସାମ୍ବାଦିକଙ୍କୁଅସଭ୍ୟ ଭାଷା ରେ ଗାଳି କରିବା ସହ କଟୁରୀ ରେ ହାଣି ହତ୍ୟା କରିବେ ବୋଲି ଧମକ ଦେଇଥିଲେ l
ପୋଲିସ ଓ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ଏହାର ତଦନ୍ତ କରି ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜିଲ୍ଲା ସାମ୍ବାଦିକ ସଙ୍ଘ କନ୍ଧମାଳ ଏସ ପି ଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛି l

Leave a comment

Your email address will not be published. Required fields are marked *