#Breaking News

ଆଠଗଡ ୨ ନମ୍ବର ଯୋନ ରେ କଂଗ୍ରେସ ପ୍ରାର୍ଥୀନୀ ରଞ୍ଜିତା ହେଁସା ଙ୍କ ଘରକୁଘର ପ୍ରଚାର

ଆଠଗଡ଼ (ଉଲାପ୍ର): ଆଠଗଡ଼ ବ୍ଲକ ଜୋନ୍-୨ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ରଞିତା ହେସା ଆଜି ଛଅଗାଁ ପଞ୍ଚାୟତର ଘରକୁ ଘର ବୁଲି ନିଜ ସପକ୍ଷରେ ସମର୍ଥନ ଭିକ୍ଷା କରୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ ଏହି ଜିଲ୍ଲା ପରିଷଦ ଆସନଟି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ରଞ୍ଜିତା ହେସା ଏଠାରେ ପ୍ରାର୍ଥିନୀ ଭାବେ ଚଳିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଗୋବରା ପଞ୍ଚାୟତ ଅନ୍ତର୍ଗତ ଭଗୁଆ ଗ୍ରାମର ବଧୂ ଶ୍ରୀମତୀ ହେସା ଶିକ୍ଷାରେ ଯୁକ୍ତ ଦୁଇ ପାଶ୍ କରିଛନ୍ତି । ଆଜି ସେ ଛଅଗାଁ ପଞ୍ଚାୟତର ବିଭିନ୍ନ ଘରକୁ ଘର ବୁଲି ଆଞ୍ଚଳିକ ଉନ୍ନୟନ, ଲୋକଙ୍କ ଆର୍ଥିକ ସ୍ଥିତି ସୁଧାରିବା ଓ ପ୍ରତ୍ୟେକ ସରକାରୀ ଯୋଜନାର ସୁଫଳ ଯେପରି ଲୋକେ ପାଇପାରିବେ ଆଦି ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଶ୍ରୀମତୀ ହେସାଙ୍କ ଆଜି ଏହି ଭୋଟ ପ୍ରଚାର ବେଳେ ବିଭିନ୍ନ ଗ୍ରାମରେ ତାଙ୍କୁ ସମର୍ଥନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ହେସାଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମରେ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଆଦିବାସୀ ହୋ ମୁଣ୍ଡା ସମାଜର ସଭାପତି ହରିଶ୍ଚନ୍ଦ୍ର ହାଇବ୍ରୁ, ବିଭୁତି ଭୁଷଣ ଦାଶ, ଅଜୟ ପରିଡ଼ା, ପ୍ରକାଶ ବିହାରୀ, ବିଦ୍ୟାଧର ପରିଡ଼ା ଓ ବନବାସିନୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *