#Breaking News

କଟକରେ ବସ୍ତି ଘର ଜାଲିଆତି କାଣ୍ଡ ପାଇଁ ଭାଜପା ର ସାମ୍ବାଦିକ ସମ୍ମିଳନୀ


କଟକ (ଉଲାପ୍ର)କଟକ ଅନ୍ଦରପୁର ୫୩ ନମ୍ବର ୱାର୍ଡରେ, ଗରିବ ବସ୍ତି ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥରେ ସମନ୍ୱିତ ଆବାସ ଓ ବସ୍ତି ଯୋଜନାରେ ହୋଇଥିବା ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଥିବା ଘରଗୁଡିକୁ ବିଜୁ ଜନତା ଦଳ ନେତାମାନେ ଜାଲିଆତି କରି ବିକିଥିବା ଘଟଣା ପାଇଁ କଟକନଗର ଭାଜପା ପକ୍ଷରୁ ଆଜି ଅପରାହ୍ନ ୫.୩୦ ରେ ଶିଖରପୁର ଦୁର୍ଗା କମିଟି ହଲରେ ଆଜି ସାମ୍ବାଦିକ ସମ୍ମିଳନୀ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଦ୍ୱାରା ଆହୁତ ହୋଇଥିଲା। ମୋଟ ୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୯୨ ଟି ଫ୍ଲାଟ ରୁ ୬୯ଟି ଫ୍ଲାଟ ଆବଣ୍ଟିତ ହୋଇଥିବା ବେଳେ, ବଣ୍ଟନ ହେରଫେର ନେଇ ହାଇକୋର୍ଟ ରେ କେଶ ହେବାରୁ ଅନ୍ୟ ଗୁଡିକ ଖାଲି ଥିଲା।ମାତ୍ର ସେଗୁଡ଼ିକ କିପରି,କେମିତି ୫୦ ହଜ଼ାରରୁ ଟଙ୍କାରୁ ୨ଲକ୍ଷ ଟଙ୍କା ମୂଲ୍ୟରେ ପୂର୍ବତନ ବିଜେଡି କରପୋରେଟରଙ୍କ ସ୍ୱାମୀ ବିକିଲେ।କାହା ଛତ୍ର ଛାୟାରେ ଏହି କାର୍ଯ୍ୟ ଖୋଲାଖୋଲି ଚାଲିଥିଲା। ଏଥିରେ ବିଜୁଜନତା ଦଳର କର୍ମୀମାନେ, ପୂର୍ବତନ ଓ ବର୍ତ୍ତମାନ କଟକ ଚୌଦ୍ୱାର ବିଧାୟକ ତଥା ସିଏମସି ଅଧିକାରୀ ମାନଙ୍କର ଭୂମିକା କଣ ଥିଲା ତଦନ୍ତ ହେବା ଉଚିତ। ସିଏମସି ଦୁର୍ନୀତିର ଭ୍ରଷ୍ଟାଚାରର ଗନ୍ତାଘର ପାଲଟି ସାରିଛି। କଟକିଆଙ୍କ ଆଖିରେ ଆଙ୍ଗୁଠି ପୁରାଉଥିବା ପୁଣି ଏକ ଜ୍ୱଳନ୍ତ ଉଦାହରଣକୁ କଟକବାସୀ କେବେବି କ୍ଷମା କରିବେ ନାହିଁ। ଏହା କେନ୍ଦ୍ରସରକାରଙ୍କ ଅର୍ଥରେ ହୋଇଥିବାରୁ ଏହି ମହା ଘୋଟାଲାର ତଦନ୍ତ ସିବିଆଇକୁ ତୁରନ୍ତ ଦେବାପାଇଁ ଭାଜପା ନେତାମାନେ ଦାବି କରିଥିଲେ। ନଚେତ ଏହି ବିଷୟକୁ ନେଇ ଭାଜପା କଟକନଗର ପ୍ରତି ୱାର୍ଡରେ ରାସ୍ତାଘାଟକୁ ଓଲ୍ହାଇବ ବୋଲି ସତର୍କ କରିଛି ଭାଜପା। ଏହି ସମ୍ମିଳନୀରେ ବରିଷ୍ଠ ନେତା ସର୍ବଶ୍ରୀ ନୟନକିଶୋର ମହାନ୍ତି,ବିଶ୍ୱରଞ୍ଜନ ମିଶ୍ର,ସ୍ମୃତି ପଟ୍ଟନାୟକ, ସିକନ୍ଦର ଅଲ୍ଲୀ,ଭାଗିରଥି ଦଳେଇ,ଦୁର୍ଯ୍ୟୋଧନ ଲେଙ୍କା,ସଞ୍ଜୟ ଜେନା,ଅମ୍ବିକା ସାମଲ,ଗୋପାଳ ବେହେରା ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *