#Exclusive

ମହାବଳ ବାଘ କରୋନା ସଂକ୍ରମିତ

(ବ୍ୟୁରୋ): ମଣିଷଙ୍କ ପରେ ଜଙ୍ଗଲ ଜନ୍ତୁଙ୍କୁ ଡେଇଁଛି କରୋନା ଭୂତାଣୁ । ଆମେରିକାର ନ୍ୟୁୟର୍କରେ ଥିବା ବ୍ରୋନ୍‌କ୍ସ ଚିଡ଼ିଆଖାନାରେ ଏକ ମହାବଳ ବାଘ ଏହି ମହାମାରୀ ଭୂତାଣୁ ଦ୍ବାରା ସଂକ୍ରମିତ​‌ ହୋଇଥିବା ଜଣାପଡ଼ିଛି । ବାଘର ରକ୍ତ ନମୁନା ପରୀକ୍ଷା କରାଯିବା ପରେ ତାହା କରୋନା ପଜିଟିଭ ଆସିଛି। ଫଳରେ ଚିଡ଼ିଆଖାନାର ଅନ୍ୟ ଜୀବଜନ୍ତୁଙ୍କୁ ଏହା ବ୍ୟାପିବାର ଆଶଙ୍କା ଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି ।

ସୂଚନାଯୋଗ୍ୟ, ଏହି ବାଘଟି ଏକ ମାଈ ବାଘ ଏବଂ ମାଲୟାଲନ ପ୍ରଜାତିର । ବାଘଟିର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି। ଏହି ବାଘ ସମେତ ଅନ୍ୟ ୪ଟି ବାଘ ଏବଂ ସିଂହଙ୍କଠାରେ ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିବା ପରେ ଚିଡିଆଖାନା କର୍ତ୍ତୃପକ୍ଷ ସେମାନଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ସେଥିରୁ ଗୋଟିଏ ବାଘ କରୋନାରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିଛି ବୋଲି ଆମେରିକାର କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଭଳି ସ୍ଥିତିରେ ଏକ ଚିଡ଼ିଆଖାନାରେ ଜନ୍ତୁ କରୋନାରେ ଆକ୍ରାନ୍ତ ହେବା ଭଳି ପ୍ରଥମ ଘଟଣା ସାମ୍ନାକୁ ଆସିଛି । ବିଶ୍ବରେ ମଧ୍ୟ ଅନ୍ୟ କୌଣସି ଦେଶରେ ଏପରି ଘଟଣା ଏଯାଏ ସାମ୍ନାକୁ ଆସିନାହିଁ ।

Leave a comment

Your email address will not be published. Required fields are marked *