#Uncategorized

ଜଙ୍ଗଲ ନିଆଁ ଲିଭାଇବା ବେଳେ ଫୁଲବାଣୀ 6ରଂଜରଆହତ

,
ଫୁଲବାଣୀ- (ସୁନୀଲ ପଟନାୟକ)

ଜଙ୍ଗଲ ନିଆଁ ଲିଭାଇବା ବେଳେ ଫୁଲବାଣୀ, ବନ ବିଭାଗ 6ରଂଜର ସଚ୍ଚିଦାନନ୍ଦ ସେଠି ଆହତ ହୋଇଛନ୍ତି । ଶୁକ୍ରବାର ରାତିରେ ଫୁଲବାଣୀ ବନ ବିଭାଗ 6 ରଂଜ ଅଧୀନ ଭେଟଖୋଲଘାଟି ପାର୍ଶ୍ଵଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇବା ମାତ୍ରେ ତତକ୍ଷଣାତ 6ରଂଜର ଶ୍ରୀ ସେଠି ସଦଳବଳେ ନିଆଁ ଲିଭାଇବା ପାଇଁ ବାହାରି ପଡିଥିଲେ। ଆଉ ସେଠାରେ ପହଞ୍ଚି ଦେଖିବାବେଳେ ଜଙ୍ଗଲ ହୁତ ହୁତ ହୋଇ ଜଳୁଛି। ଜୀବନକୁ ବାଜି ଲଗାଇ ନିଜ କର୍ତବ୍ୟକୁ ପାଳନ କରିବାକୁ ଯାଇ ଜଙ୍ଗଲର ଶୀର୍ଷକୁ ଯାଇ ନିଆଁକୁ ଆୟତ କରିବାବେଳେ ସେ . ଖସିପଡିଥିଲେ ଫଳରେ ସେ ଆହତ ହୋଇଥିଲେ । 6ରଂଜର ସେଠି ଙ୍କ ଗୋଡହାତ ଓ ପିଠିରେ ଆଘାତ ଲାଗିଛି। ବିଭାଗୀୟ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଫୁଲ ବାଣୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଉର୍ଭୀ କରିଥିଲେ।ସେ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ହେଲେ ଆହତ ହେଲେ ମଧ୍ୟ କାର୍ଯ୍ୟରେ ଆଦୌ ଅବହେଳାନ କରି ନିଆଁ ଲିଭା କାର୍ଯ୍ୟ ଜାରୀ ରଖିବେ ବୋଲି କହିଛନ୍ତି ।


ତେବେ ବ୍ୟ। ପକ ସଚେତନତାସତ୍ତ୍ଵେ ଫୁଲବାଣୀ ସମେତ ଅନ୍ୟାନ୍ୟ 6ରଂଜ ଅଞ୍ଚଳରେ ମଧ୍ୟ ପ୍ରତିଦିନ କୌଣସି ନା କୌଣସି ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି।ବନ ଖଣ୍ଡ ଅଧୀନରେ ନିଆଁଆୟତରେ ଥିଲେ ମଧ୍ୟ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇଦେଉଥିବାରୁ ଏହା ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଚିନ୍ତା ବଢାଇଛି।
ଜଙ୍ଗଲରେ ନିଆଁ ଲଗାଇବା ଅର୍ଭିଯୋଗରେ ବର୍ତ୍ତମାନ ସୁଧା କରଡା, ସୁଡୁରୁ କୁମ୍ପା, ରାଇକିଆ ଟିକାବାଲି, ଓ ଫିରିଙ୍ଗିଆ ଆଦି 6ରଂଜରେ ୮ଜଣ ଅଭିଯୁକ୍ତଙ୍କୁ ବନ କର୍ମଚାରୀମାନେ ପେଟ୍ରୋଲିଙ୍ଗ ସମୟରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ବର୍ତମାନ ପେଟ୍ରୋଲିଙ୍ଗକୁ ଦିନ ରାତି ଚବିଶ ଘଣ୍ଟା କଡ଼ାକଡ଼ି କରାଯାଇଛି ଆଉ ଜଙ୍ଗଲରେ ନିଆଁ ଯେପରି ନଲାଗିବ ସେ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ଫୁଲବାଣୀ ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା କହିଛନ୍ତି । ସେହିପରି ନିଆଁ ଲିଭାଇ ବା ବେଳେ ଆହତ ହୋଇଥିବା ଫୁଲବାଣୀ 6ରଂଜର ସେଠି ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଭାଗୀୟ ଡିଏଫଓ ଶ୍ରୀ ବେହେରା ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *