#Blog #Breaking News #Crime #Slider

ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ –  (ସୁନୀଲ ପଟନାୟକ)
ଏକ ଦୁଷ୍କର୍ମ ମାମଲା ର ବିଚାର କରି ସୋମବାର ଜିଲା ସ୍ଵତନ୍ତ୍ର ଦୌରା ଜଜ ସତ୍ୟ ପିର ମିଶ୍ର ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ କୁ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଧାରା 376/D,376(2) (1) ଓ 450 ଅନୁଯାୟୀ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ସହ ପଚାଶ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ସେହିପରି ଜୋରିମାନା ଅନାଦୟେ ଅଧିକ ଦୁଇ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି l ଅଭିଯୁକ୍ତ ମାନେ ହେଲେ
ଫୁଲବାଣୀ ହାଟପଦା ଅଞ୍ଚଳ ର ଅଭିଯୁକ୍ତ ଜନ୍ମେ ଜୟ ପୋଢ଼ ଓରଫ୍ ମଣ୍ଟୁ ଓ ଅନ୍ୟ ଜଣ କ ଶଗଡିଆ ସାହି ର ତ୍ରିଲୋଚନ ନାୟକ ଓରଫ୍ ଚିକୁନ୍ ବୋଲି ଜଣାପଡିଛି l
ଏ ଦୁହେଁ ମିଶି ଗତ 2021 ମସିହାରେ ଖଜୁରି ପଡl ଥାନା ଅନ୍ତର୍ଗତ ଗୁ ଦାରୀ ଠାରେ ମହିଳା ଙ୍କୁ ଦୁଷ୍କର୍ମ କରିଥିଲେ l ଏ ନେଇ 42 /21 ରେ ଖଜୁରୀପଡ଼ା ଥାନା ରେ ମାମଲା ରୁଜୁ ହୋଇଥିଲା l ସ୍ଵତନ୍ତ୍ର ପିପି ମକଦ୍ଦମା ପରିଚାଳନା କରୁଥିଲେ

Leave a comment

Your email address will not be published. Required fields are marked *