#Breaking News

ପଂଚାୟତ ରାଜ ମନ୍ତ୍ରୀ ଙ୍କ ଦ୍ୱାରା ଏସ ଏଚ ଜି ଙ୍କୁ ଚେକପ୍ରଦାନ


ଫୁଲବାଣୀ(ସୁନୀଲ ପଟନାୟକ, )
ଆଜି ପଂଚାୟତ ରାଜ, ନଗର ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାକନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ବ୍ଲକ ଓ କ.ନୂଆଗାଁ ବ୍ଲକ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ କରିବା ସହ ଋଣ ମେଳାରେ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କୁ ଚେକ ପ୍ରଦାନ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ମଧ୍ୟ ଉଦଘାଟନ କରିଥିଲେ ।
ଗ୍ରାମାଞ୍ଚଳ ର ମହିଳା ମନେଯେପରି ସ୍ୱାବଲମ୍ବୀ ହେଇପାରିବେ ସେଥିପାଇଁ ସରକାର ଗୁରତ୍ୱ ଦେଉଥିବା କଥା ମନ୍ତ୍ରୀ ଜେନା କହିଥିଲେ lଏହି କାର୍ଯ୍ୟକ୍ରମରେ ବ୍ଲକ ବି ଡ଼ି ଓ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ପରେ କ.ନୂଆଗାଁ ବ୍ଲକ ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବରେ ଯୋଗ ଦେଇ ଥିଲେ ମନ୍ତ୍ରୀ ଜେନା l ଏଥିରେ କ.ନୂଆଗାଁ ବ୍ଲକର ୧୪ ଗୋଟି ପଞ୍ଚାୟତର ଶହ ଶହ କଂଗ୍ରେସ ଓ ବି ଜେ ପି କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜିରବିବାର ବିଜୁ ଜନତା ଦଳରେ ଯୋଗ ଦେଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷା, ସମିତି ସଭ୍ୟ, ସଭ୍ୟl, ସରପଞ୍ଚ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *