#Breaking News

ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ


ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ, ମୁଖ୍ୟ ବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ.ମଧୁସୂଦନ ମହାପାତ୍ର, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଅଧ୍ୟାପକ ଦଣ୍ଡପାଣି ଭୂୟାଁ ନିଜର ଅନୁଭୂତି ବଖାଣି ଥିଲେ। ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ।ଉଦଯାପନୀ ଉତ୍ସବ ରେ ସଙ୍ଗୀତ ଓ କ୍ଵିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ସମ୍ବଳ ବ୍ୟକ୍ତିତ୍ଵ ଭାବେ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ କୁମାର ପ୍ରଧାନ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ପ୍ରମୁଖ ଉଦବୋଧନ ରଖିଥିଲେ। ଏଥିରେ ୩୦ ଜଣ ଶିବିରାର୍ଥୀ ସାରଙ୍ଗଡ, ତୁମୁଡ଼ିବନ୍ଧ, ରାଇକିଆ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ କାଉନସିଲରଙ୍କ ସହ ଏଥିରେ ଯୋଗ ଦେଇଥିଲେ । ବିଜୟୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ରେଡକ୍ରସ୍ ପତାକା ଅବତରଣ କରାଯାଇଥିଲା ।

Leave a comment

Your email address will not be published. Required fields are marked *