#Breaking News #Uncategorized

ରାଇକିଆରେ ପାଣି ଗରାଏ ପାଇଁ ଶତାଧିକ ଲୋକଙ୍କ ଭିଡ଼


ଫୁଲବାଣୀ- (ସୁନୀଲ ପଟ୍ଟନାୟକ) ସରକାର ଏବେ ସମସ୍ତଙ୍କ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗ । ଇ ଦେବା କଥା କହୁଛନ୍ତି। ହେଲେ ଏ ସବୁ ଯୋଜନା ଯୋଜନ ଯୋଜନ ଦୁରରେ ଥିବା ମନେହେଉଛି । ହେଲେ ପୂର୍ବରୁ ସରକାର ଗାଁ ଗାଁରେ ନଳକୁ ପ, କୁ ପ, ତା ସାଙ୍ଗକୁ ଗ୍ରାମ୍ୟପାଇପ ଜଳଯୋଗାଣ ପ୍ରକଳ୍ପମାନ ମଧ୍ୟ ପ୍ରତିଷ୍ଠା କରିଛନ୍ତି ସରକାର।
ହେଲେ ଏତେ ସବୁ ଯୋଜନା ସତ୍ଵେ ଲୋକେ ପାଣି ଗରାଏ ପାଇଁ ଡ ହଳ ବିକଳ ହେଉଛନ୍ତି । ପ୍ରବଳ ଗରମସାଙ୍ଗକୁ ପାନୀୟ ଜଳ ସଙ୍କଟ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାର କି ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା
ରାଇକିଆ ବ୍ଳକର କାଲୁମାହା ଗ୍ରାମରେ। ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିବା ଫଳରେ ବିଭାଗ ପକ୍ଷରୁ ପ୍ରତିଦିନ ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇଦିଆଯାଉଛି ା ହେଲେ ପାଣିଟ୍ୟାଙ୍କ ର ଆସିବା ପୂର୍ବରୁ ମହିଳାଙ୍କ ଭିଡ଼ ହୁଏ । କିଏ ଗରା ତ ଆଉ କିଏ ମାଠିଆ ବାଲଟି ଧରି ସମସ୍ତେ ପାଣିପାଇଁ ରେଡି ହୋଇଯାଉଛନ୍ତି ।ପାଣି ଗରାଏ ପାଇଁ ଦିନେ ଦିନେ ପରସ୍ପର ମଧ୍ୟରେ ପାଟିତୁଣ୍ଡ ଯୁକ୍ତିତର୍କ ବି ହୁଏ । ଏହା ନିତିଦିନିଆ ଘଟଣା ବୋଲି ଗ୍ରାମବାସୀ କହୁଛନ୍ତି । ବିଶେଷକରି ପ୍ରତିବର୍ଷ ଖରାଦିନ ଆସିଲେ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ଗ୍ରାମରେ। ଅନ୍ୟ ସବୁ ସମୟରେ ଆଡ଼ଜଷ୍ଟ ହୋଇଯାଏ । ସରକାର ଗ୍ରାମରେ ତୁରନ୍ତ ପାନୀୟ ଜଳ ସମସ୍ୟାକୁ ଦୁର କରିବା ଦିଗରେ ଦୃଷ୍ଟିଦେବା ଲାଗ ଗ୍ରାମବାସୀ ଦାବୀ କରିଛନ୍ତି । ଅନ୍ୟଥା ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ବାଧ୍ୟହୋଇ ଭୋଟ ବର୍ଜନ କରିବେ ବୋଲି ଚେତା ବନୀ ଦେଇଛନ୍ତି କାଲୁ ମାହା ଗ୍ରାମବାସୀ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *