#Breaking News

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବିଜୟ ନିମନ୍ତେ ପାର୍ଥି ଙ୍କୁ ସାଂସଦ ଙ୍କ ଗୁରୁ ମନ୍ତ୍ର


ଫୁଲବାଣୀ 27/1(ସୁନୀଲ ପଟନାୟକ )
ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ରେ ଶାସକ ବି ଜେ ଡି ଯେପରି ଭଲ ଫଳ ପ୍ରଦର୍ଶନ କରି ସଂଖ୍ୟା ଗରିଷ୍ଠତା ଲାଭ କରିବ ଓ ଜ଼ିଲ୍ଲାପରିଷଦ ଗଠନ କରିବ ସେ ନେଇବି ଜେ ଡି ନେତା ତଥା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଗୁରୁବାର ଦଳୀୟ ଟିକେଟ ରେ ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥି ଓ ପ୍ରାର୍ଥୀନୀ ମାନକୁ ଗୁରୁମନ୍ତ୍ର ଦେଇଛନ୍ତି l ପାର୍ଥି ମାନେ ସେମାନଙ୍କ ଅଂଚଳ ର ନେତା ଓ କର୍ମୀ ମାନଙ୍କୁ ସାଥିରେ ନେଇ ସରକାରଙ୍କ କୋଭିଡ କଟକଣା ମାନି ସମସ୍ତ ଭୋଟର ମାନଙ୍କ ନିକଟରେ ପହଂଚି ନବୀନ ସରକାରଙ୍କ ଲୋକହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୋଟ କୁ ନିଜ ସପକ୍ଷ କୁ ଆଣିବେ ସେଦିଗରେ ନିଷ୍ଠା ଓ ଆନ୍ତରିକତା ର ସହ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ l
କର୍ମୀ ମାନେ ମିଳିମିଶି କାର୍ଯ୍ୟକଲେ ବିଜୟ ସଂଭବ ହେବ ବୋଲି ସାଂସଦ କହିଥିଲେ l ସେହିପରି ସ୍ଥା ନୀୟ ବିଧାୟକ ମାନେ ମଧ୍ୟ ଦଳୀୟ ପାର୍ଥୀମାନେ ଯେପରି ବିଜୟୀ ହେବେ ସେଥିପ୍ରତି ସତର୍କ ନଜର ରଖିବାଲାଗି କହିଥିଲେ l
ଲୋକଙ୍କ ବିଜେଡି ପ୍ରତି ଅକୁଣ୍ଠ ସମର୍ଥନ ରହିଛି ଆଉ ବିଜେଡିପାର୍ଥି ମାନେ ସମସ୍ତଜ଼ିଲ୍ଲା ପରିଷଦ ଆସନ ରେଅଧିକା ଭୋଟ ବ୍ୟବଧାନ ରେ ବିଜୟୀ ହେବେ ବୋଲି ସାଂସଦ ଡ଼ଃ ସାମନ୍ତ ଆଶା ପ୍ରକଟ କରିଛନ୍ତି l
ସାଂସଦଂମଧ୍ୟ ନିୟମିତ ଜ଼ିଲ୍ଲାର ବାଲିଗୁଡା, ଫୁଲବାଣୀ, ଦାରିଂବାଡ଼ି, କୋଟଗଡ଼ ତୁମୁଡିବନ୍ଧ ଅଂଚଳ ଗସ୍ତ କରି କର୍ମୀ ଓ ନେତାଙ୍କୁ ଏକଜୁଟ କରୁଥିବାରୁ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ବଢିବା ସହ ମନୋବଳମଧ୍ୟ ବୃଦ୍ଧି ପାଇଛି l

ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ, ଜି. ଉଦୟଗିରି, ବାଲିଗୁଡା ବିଧାୟକ ଙ୍କ ସମେତ କନ୍ଧମାଳ ସହ ପର୍ଯ୍ୟବେକ୍ଷକବ୍ରହ୍ମପୁର ବିଧାୟକ ବିକ୍ରମ କେଶରୀ ପଣ୍ଡା, ଓ କିଶୋର ମେହର ପ୍ରମୁଖ ଉପସ୍ଥିତ ରହି ଦଳୀୟ ପାର୍ଥି ମାନେ କିଭଳି ବିଜୟୀ ହେବେ ସେନେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ l

Leave a comment

Your email address will not be published. Required fields are marked *