#Breaking News

ଫୁଲବାଣୀରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ

ଫୁଲବାଣୀ(ଉଲାପ୍ର)ରାହୁଲ ଗାନ୍ଧୀ ଙ୍କ୫୧ତମ ଜନ୍ମ ଦିନ ପାଳିତ, ଫୁଲବାଣୀ,-ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ଅଖିଳ ଭାରତୀୟ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଙ୍କ୫୧ତମ ଜନ୍ମ ଦିନ କନ୍ଧମାଳ ଜ଼ୀଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅନାମ ନାୟକ ଙ୍କ ନେତୃତ୍ୱରେ ପାଳନ କରାଯାଇଛି, ଏହି ଅବସରରେ ଜ଼ୀଲ୍ଲା ମୁଖ୍ୟ ଚିକିତ୍ସା ଲୟ ରେ ଥିବା କୋବିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ଥିବା ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ, ପରେ ଜ଼ୀଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ବସନ୍ତ ପାଢ଼ୀଙ୍କ ଦ୍ଵାରା ବଜାରରେ ଥିବା ଭିକାରୀ ଓ ଗରିବ ଲୋକମାନଙ୍କୁ ଫଳ ସହିତ ରନ୍ଧନ ଖାଦ୍ୟ ବଣ୍ଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଘନ ଶବର, ନଗର କଂଗ୍ରେସ ସଭାପତି ଶିବ ଶଙ୍କର ବେହେରା, ହେମନ୍ତ କର, ପୂର୍ବତନ କାନୁସାଲର ସୂର୍ଯ୍ୟ କାନ୍ତ ଦାସ, କାମ ଦେବ ବେହେରା,ଭିକାରୀ ପାଣିଗ୍ରାହୀ, ସଂସାର ଭୋଇ,ସନ୍ତୋଷ ପାତ୍ର,ବଳଦେବ ବେହେରା, ଗୌର ଚରଣ ବେହେରା, ବସନ୍ତ ବେହେରା,ଛାତ୍ର ନେତା ଅନୁପମ କଂହର,ପଞ୍ଚାନନ ବେହେରା, ଚନ୍ଦନବେହେରା, ବିଷ୍ଣୁ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *