#Breaking News

ନୂଆ ବର୍ଷ ରେ ନୂଆ ରୂପରେ ଜୀ ସାର୍ଥକର ଦାଦାଗିରି

ଭୁବନେଶ୍ୱର(ଉଲାପ୍ର) ଓଡିଆ ନୂଆବର୍ଷରେ ନୂଆ ଚମକ ସହ ଜୀ ସାର୍ଥକର ‘ଦାଦାଗିରି’ । ଏହି ଲୋକପ୍ରିୟ ରିୟଲିଟି ସୋରେ ପୁଣି ହେବ ପ୍ରତିଭାର ବିଜୟ । ଏହି କାର୍ଯ୍ୟକ୍ରମର ଟାଇଟଲ ରହିଛି ‘ପ୍ରତିଭାର ଦାଦାଗିରି’।
ତେବେ ଏହି ସୋ’ରେ ଏବେ ନଜର ଆସିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଓଡିଆ ଟେଲିଭିଜନରେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ମହାପାତ୍ର ରିୟଲିଟି ସୋ’କୁ ହୋଷ୍ଟ କରିବେ । ଯାହାକୁ ନେଇ ପୁରା ଓଡିଶାବାସୀ ଏହି କାର୍ଯ୍ୟକ୍ରମକୁ ଚାହିଁ ବସିଛନ୍ତି ।

ମନୋରଞ୍ଜନ ସାଙ୍ଗକୁ ସୂଚନାଧର୍ମୀ ହେବ ‘ପ୍ରତିଭାର ଦାଦାଗିରି’ । ଏହି ରିୟଲିଟି ସୋ’ରେ ଓଡିଶାର କୋଣ ଅନୁକୋଣରୁ ପ୍ରତିଭା ଚୟନ କରିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର । ନିଜ ଅନ୍ଦାଜରେ ପ୍ରତିଯୋଗୀମାନଙ୍କ ସହ ମଜାମସ୍ତି କରିବେ ମୁନାଭାଇ । ମେଗା ରିୟଲିଟି ସୋ ‘ଦାଦାଗିରି ’ ଘରେ ଘରେ ସବୁବର୍ଗର ଲୋକଙ୍କୁ ମନୋରଞ୍ଜନ କରିଆସିଛି । ଏହି ରିୟଲିଟି ସୋ’ ସିଦ୍ଧାନ୍ତଙ୍କ ଚମକରେ ଆହୁରି ଅଧିକ ଚମକିବ ବୋଲି ଚ୍ୟାନେଲ ପକ୍ଷରୁ ଜୀସାର୍ଥକର ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତିକ ସିଲ୍ ମତ ଦେଇଛନ୍ତି। ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ଅଭିନୟ, କ୍ରୀଡା, ରାଜନୀତି ସବୁଥିରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତେଣୁ ‘ପ୍ରତିଭାର ଦାଦାଗିରି’ରେ ସିଦ୍ଧାନ୍ତଙ୍କ ହୋଷ୍ଟ ହି କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲଗାଇବ ବୋଲି କୁହାଯାଇପାରେ ।

ନବେ ଦଶକରୁ ନେଇ ଆଜି ଯାଏଁ ନିଜ ଅଭିନୟର ଯାଦୁରେ ଓଡିଶାବାସୀଙ୍କ ହୃଦୟ ଜିତି ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର । ପ୍ରାୟ ୧୮୦ରୁ ଅଧିକ ଓଡିଆ ସିନେମା ସହ ତାମିଲ ଓ ବଙ୍ଗାଳୀ ସିନେମାରେ ଅଭିନୟ କରି ସମସ୍ତଙ୍କର ଖାସ ପସନ୍ଦ ହୋଇପାରିଛନ୍ତି ମୁନାଭାଇ । ଆଜ ବି ଯୁବବର୍ଗଙ୍କ ପ୍ରଥମ ପସନ୍ଦ ସିଦ୍ଧାନ୍ତ ମହାପାତ୍ର । ଏବେ ବି ସିଦ୍ଧାନ୍ତଙ୍କ ଅଭିନୀତ ପ୍ରତିଟି ସିନେମା ଦର୍ଶକେ ଦେଖିବାକୁ ପାଗଳ ହୋଇଯାଆନ୍ତି । ସିରିୟଲରେ ମଧ୍ୟ ଅଭିନୟ କରି ଓଡିଆ ଦର୍ଶକଙ୍କ ମନ କିଣିଛନ୍ତି ମୁନାଭାଇ । ସାତ ସାତ ଥର ଓଡିଶା ଫିଲ୍ମ ଫେୟାର ଆୱାର୍ଡ ଜିତିବାରେ ସିଦ୍ଧାନ୍ତ ହେଉଛନ୍ତି ଏକମାତ୍ର ଓଲିଉଡ ଅଭିନେତା । ନାୟକରୁ ଖଳନାୟକ ପ୍ରତିଟି ଅଭିନୟ ତାଙ୍କର ମନଛୁଆଁ ହୋଇଛି । ତେଣୁ ତାଙ୍କ ପ୍ରଶଂସକମାନେ ‘ପ୍ରତିଭାର ଦାଦାଗିରି’ରେ ନିଜ ପ୍ରିୟର ଅଭିନେତା ସିଦ୍ଧାନ୍ତଙ୍କୁ ଏବେ ଦେଖିବାକୁ ପାଇବେ । ଯାହାକୁ ନେଇ ସବୁଠି ଖୁସିର ଲହରୀ ଖେଳିଯାଇଛି । ଏହି ସୋ’ଟି ଜୀ ସାର୍ଥକରେ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯ଟା ୩୦ରେ ପ୍ରସାରିତ ହେବ ।

Leave a comment

Your email address will not be published. Required fields are marked *