#Uncategorized

ଗୁଣିଗାରେଡି ସନ୍ଦେହରେ ଘର ଭାଙ୍ଗିଦେଲେ

..
ଫୁଲବାଣୀ-( ସୁନୀଲ ପଟନାୟକ) ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଗ୍ରାମାଞ୍ଚଳର ର ଲୋକମାନଙ୍କ ମନରୁ ଗୁଣି ଗାରେଡି ଭଳି ଅନ୍ଧବିଶ୍ଵାସ ଦୁର ହୋଇନି ଏଯାଏ । ବ୍ୟାପକ ସଚେତନତାସତ୍ତ୍ୱେ ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଏଭଳି ଅନେକ ଗାଁ ଗଣ୍ଡା ରହିଛି ଯେଉଁଠି ଆଜି ବି ଲୋକେ ଗୁଣିଗାରେଡି ଉପରେ ବିଶ୍ଵାସ ରଖିଛନ୍ତି । ଫଳରେ ଏହାକୁ କେନ୍ଦ୍ରକରି ବିଭିନ୍ନ ସମୟରେ ଅଭାବନୀୟ ଘଟଣା ଘଟୁଛି। ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତର ବିଙ୍ଗଲ କିଆ ଗ୍ରାମରେ।
ଗୁଣିଗାରେଡି କରୁଥିବା ସନ୍ଦେହ କରି କିଛି ଲୋକ ସଂଘବଦ୍ଧ ଭାବେ ଗ୍ରାମର ବୁଦା ରା ପ୍ରଧାନ ନାମକ ଜଣେ ଲୋକର ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ଜୀବନରେ ମାରିଦେବାକୁ କୁ ଆଡେ ଧମକ ଦେଇଥିବା ଅଭିଯୋଗ ହୋଇଛି । ବୁଦା ରାଙ୍କ ଘରେ ଥିବା ଆସବାବପତ୍ର ଓ ଖାଦ୍ୟପଦାର୍ଥ ମଧ୍ୟ ଫୋପାଡି ଦେଇଥିବା ଅଭିଯୋଗ ହେଉଛି । ଏନେଇ ପରିବାର ଲୋକେ ନ୍ୟାୟ ପାଇବାପାଇଁ ବାଲିଗୁଡ଼ାଥାନ।ରେ ଗୁହାରୀ କରିଛନ୍ତି।
ତେବେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ହେଲେ ଗୁଣିଗାରେଡି ପରି ଅନ୍ଧବିଶ୍ୱାସ ଭଳି କୁ ସଂସ୍କାର ପ୍ରଥାକୁ ସମାଜରୁ ଦୁର କରିବାଲାଗି ସଚେତନତା କରିବା ଦିଗରେ ପ୍ରଶାସନ ଗୁରୁତ୍ଵ ଦେବା ଜରୁରୀ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *