#Uncategorized

ବିଜ୍ଞାନ ଯୁଗରେ ଝଡାଫୁଙ୍କା ଭରସା, ୪ ବର୍ଷରେ ଗୁଣିଗାରେଡି ନେଲାଣି ଦୁଇଶହ ଜୀବନ

👉

ଆଜିବି ଅନ୍ଧକାରରେ ମଣିଷ । ବିଜ୍ଞାନ ଯୁଗରେ ଅନ୍ଧବିଶ୍ବାସକୁ ଆଶ୍ରା । କାରଣ ଅନ୍ଧବିଶ୍ବାସ ଯୋଗୁ ୪ ବର୍ଷରେ ଗଲାଣି ୨ ଶହ ଜୀବନ । କ୍ରାଇମବ୍ରାଞ୍ଚର ଏଭଳି ତଥ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ଧବିଶ୍ବାସର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନ ଲାଗୁ କରିବା ପାଇଁ ହେତୁବାଦୀ ଦାବି କରିଛନ୍ତି ।

ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସକୁ ନେଇ ଏବେବି ଦ୍ଵନ୍ଦରେ ଲୋକେ । କାହିଁକି ନା ଗୁଣିଗାରେଡି ଓ କୁସଂସ୍କାର ୪ ବର୍ଷରେ ନେଇଛି ୨ଶହରୁ ଅଧିକ ଜୀବନ । ଆତ୍ମହତ୍ୟା,ନକ୍ସଲ ହତ୍ୟା ଠାରୁ ଆହୁରି ଅଧିକ ରହିଛି ଗୁଣିଗାରେଡି ସନ୍ଦେହରେ ହତ୍ୟା । କ୍ରାଇମବ୍ରାଞ୍ଚର ତଥ୍ୟ ମୁତାବକ ୨୦୧୬ ରେ ଗୁଣିଗାରେଡି ସନ୍ଦେହରେ ୫୮ ଜଣଙ୍କୁ ହତ୍ୟା କରାଯାଇଥିଲା ।

ସେହିପରି ୨୦୧୭ ରେ ୩୬, ୨୦୧୮ ରେ ୩୯, ୨୦୧୯ରେ ୩୨ ଓ ୨୦୨୦ରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଅନ୍ଧବିଶ୍ବାସ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ବେଳେ ପଛକୁ ରହିଛି ମୟୁରଭଞ୍ଜ, କେନ୍ଦୁଝର,ନବରଙ୍ଗପୁର ଓ ମାଲକାନାଗିରି । ସଚେତନତା , ମାନସିକତା ଓ ଶିକ୍ଷାର ଅଭାବ ପାଇଁ ଏଭଳି ଘଟଣା ଦିନକୁ ଦିନ ବଢୁଥିବା କୁହାଯାଇଛି ।

ରାଜ୍ୟ ସରକାର ୨୦୧୯ରେ ଗୁଣିଗାରେଡି ନିରୋଧ ବିଲ ଆଣିଥିଲେ । କିନ୍ତୁ ତାହାକୁ ଏଯାଏଁ କଡାକଡି ଭାବେ ପାଳନ କରାଯାଉନାହିଁ । ଅନ୍ଧବିଶ୍ବାସକୁ ପ୍ରଚାର ପ୍ରଶାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଲୋକଙ୍କୁ ବାସ୍ତବବାଦୀ କରିବା ପାଇଁ ତାଲିମ ଦେଲେ ସମାଜରୁ କୁସଂସ୍କାର ଲୋପ ପାଇ ପାରିବ ବୋଲି ମତ ରଖିଛନ୍ତି ହେତୁବାଦୀ ।

Leave a comment

Your email address will not be published. Required fields are marked *