#Breaking News

ଫୋର ଲେନ ରାସ୍ତା କୁ ବିରୋଧ, ବରପାଲି ୮ଘଣ୍ଟିଆ ବନ୍ଦ୍


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରପାଲି ସହରାଞ୍ଚଳ ମଧ୍ୟ ଦେଇ ନିର୍ମାଣ ହେବାକୁ ଥିବା ଫୋର ଲେନ୍ ଜାତୀୟ ରାଜପଥ କୁ ବିରୋଧ କରି ଆଜି ୮ଘଣ୍ଟିଆ ବରପାଲି ବନ୍ଦ୍ ହୋଇଛି। ବରପାଲି ବଣିକ ସଂଘ ପକ୍ଷରୁ ଡ଼ାକରା ଦିଆଯାଇଥିବା ଏହି ଆହ୍ୱାନକୁ ସହର ରେ ଥିବା ପ୍ରାୟତଃ ସମସ୍ତ ସଂଘ ସାମିଲ ହୋଇ ସ୍ବତ୍ତପୂର୍ତ୍ତ ଭାବେ ଦୋକାନ ବଜାର ଓ ବିଭିନ୍ନ ଅନୁଷ୍ଠାନ ବନ୍ଦ୍ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ବରଗଡ଼ ହଲଦୀପାଲି ଛକଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ କେନ୍ଦ୍ର ସରକାର ଙ୍କ ସଡ଼କ ପରିବହନ ମନ୍ତ୍ରାଣାଳୟ ପକ୍ଷରୁ ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ବରପାଲି ସହର ମଧ୍ୟ ଦେଇ ଏହି ରାସ୍ତା ଯିବାକୁ ଥିବା ବେଳେ ଏଥିରେ ଅନେକ ଲୋକ ଘର ଦ୍ବାର ହରାଇବା ସହ ଦୋକାନ ବଜାର ହଟି ଲୋକେ ବେ ରୋଜଗାର ହୋଇଯିବେ। ସେହିପରି ଅନେକ ସ୍କୁଲ କଲେଜ ମଧ୍ୟ ପ୍ରଭାବିତ ହେବ। ଏହାର ପ୍ରତିବାଦରେ ଆଜି ବରପାଲି ବନ୍ଦ୍ ପାଳନ କରାଯାଇଥିଲା। ଏ ସଂପର୍କରେ ଆନ୍ଦୋଳନ କାରୀ ଙ୍କୁ ତରଫରୁ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଥିଲା। ଫୋର୍ ଲେନ ରାସ୍ତା କୁ ସହର ବାହାର ବାଇପାସ୍ ଭାବେ ନିର୍ମାଣ କରିବାକୁ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *