#Breaking News

ସରକାରଙ୍କ ମାଳମାଳ ଯୋଜନା ହେଲେ ବଦଳୁ ନି ଲୋକଙ୍କ ଭାଗ୍ୟ


ଫୁଲବାଣୀ- (ସୁନୀଲ ପଟନାୟକ) ସରକାରଙ୍କ ମାଳମାଳ ଯୋଜନା ହେଲେ ନା 6ସମାନଙ୍କର ବଦଳୁଛି ଭାଗ୍ୟ ନା ଭବିଷ୍ୟତ ।
ସ୍ଵାଧୀନତାର ୭୪ ବର୍ଷ ପରେ ବି ପାନୀୟ ଜଳ ଓ, ଗମନାଗମନର ସମସ୍ୟା ରହିଛି ଗାଁରେ। ଲୋକେ ଅଭିଯୋଗ କରି କରି ଶେଷରେ ଥକି ଗଲେ ସିନା ପ୍ରଶାସନ ଶୁଣିବାକୁ ନାହିଁ,। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା ର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡବ୍ଳକର ଓ ରା ପଞ୍ଚାୟତ ର ପକଡମାହା ଗ୍ରାମ 6ର । କେବଳ ଏହି ଗୋଟିଏ ଗା ନୁହେ ବ୍ଳକ ଅନ୍ତର୍ଗତ ଶ୍ରୀରାମପୁର, ସୁବର୍ଣ୍ଣଗିରି,ଓ ରା। , ଗୁଗୁର ମାହା, ମାର୍ଲାଙ୍ଗ, ଆଦି ପଞ୍ଚାୟତର ଅନେକ ଗ୍ରାମରେ ସେହି ଏକା ଅବସ୍ଥା।


ତେବେ ସରକାରଙ୍କଯାହାକୁ ଯେତେ ଯୋଜନା। ପାଣି ଭଳି ଆ ଖର୍ଚ ହେଉଛି କୋଟି କୋଟିଟଙ୍କା।ହେଲେ ବଦଳୁନି ଏ ସବୁଗାଁର ଚିତ୍ର। ଆଗରୁ ଯେଉଁ ସମସ୍ୟା ଏବେ ବି ସେହି ଏକ ସମସ୍ୟା । ଦଶନ୍ଧି ଦଶନ୍ଧି ଧରି ଦେଖିବାକୁ ମିଳୁଛି ପାଣି ଓ ତା ସାଙ୍ଗକୁ ଗମନାଗମନ ସମସ୍ୟା । ଲୋକେ ପିଇବା ପାଣି ମୁନ୍ଦାଏପାଉନାହାନ୍ତି ।ପାଣି ପାଇଁ ଗ୍ରାମବ।ସୀ ଡହଳ ବିକଳ । ମାଇଲ ମାଇଲ ବାଟଘାଟି ପାହାଡ଼ ଡେଇଁ ଲୋକେ ନିତି ପାଣିପାଇଁ ଯାଉଛନ୍ତି । ସେ ପୁଣି ଚୁଆ ବା ନାଳର ଗୋଳି ପାଣି । ଅଭିଯୋଗ କଲେ ନାସର ପଞ୍ଚ ନା ବିଡିଓ କି ଏ ବି ଶୁଣୁନାହାନ୍ତି । ଗ୍ରାମ୍ 6ର ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି । ଏମାନଙ୍କ ପାଇଂ ବିଲ ମଧ୍ୟରେ ଥିବା ଚୁଆ ପାଣି ଏକ ମାତ୍ର ଉରସା ପାଲଟିଛି । ବର୍ଷ ଦିନରେ କାଦୁଅ ପାଣି ପିଇବାକୁ ପଡୁଛି ସମସ୍ତ କୁ, I ଗ୍ରାମରେ ନଳ କୁ ପ ଅଛି ହେଲେ ଅଚଳବୋଲି କହିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇ ସାରା ମୁଠା ମାଝି ।
ସେହିପରି ରାସ୍ତା ମଧ୍ୟ ନାହିଁ ଗ୍ରାମକୁ । ପାଞ୍ଚବର୍ଷରେନେତା ବଦକୁଛନ୍ତି ଆଉ ସରକାରି ବାବୁମାନେ ବି ବଦଳୁଛନ୍ତି ହେଲେ ସେମାନଙ୍କ କିନ୍ତୁ ଭାଗ୍ୟ ବଦଳୁନି ବୋଲି ଇସାରାକହିଛନ୍ତି । ସରକାର ଯଦି ସେମାନଙ୍କ ଅଭାବ ଅସୁବିଧା ଦୁର ନ କରନ୍ତି ତେ6ବ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ଗ୍ରାମବାସୀଭୋଟ ବର୍ଜନ କରିବେ ବୋଲି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଇସାରା
ମୁଠା ମ। ଝି ଚେତାବନୀ ଦେଇଛନ୍ତି ।
ଏଣୁ ଜିଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ।

Leave a comment

Your email address will not be published. Required fields are marked *