#Breaking News

ଢେଙ୍କାନାଳରେ ଷ୍ଟୁଡିଓ ଇଲେଭେନ ର ଶୁଭ ଉଦଘାଟନ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର କଞ୍ଚାନ ବଜାର ଠାରେ ଅତ୍ୟାଧୁନିକ ଶୈଳୀର ପାର୍ଲର ଓ ସ୍ପା ପାଇଁ ଷ୍ଟୁଡିଓ ଇଲେଭେନ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ପାର୍ଲର ଟି ଢେଙ୍କାନାଳ ପାଇଁ ନୂତନ ରୂପେ ଖୋଲିଥିବା ବେଳେ ଏହାର କାର୍ଯ୍ୟଶୈଳୀ ପାଇଁ ବଜାରରେ ନୂତନ ସ୍ଥାନ ଅଧିକାର କରିବ ବୋଲି ଏହାର ଓନର ସେହନାଜ ବାହାର ଆଶାବ୍ୟକ୍ତ କରିଛନ୍ତି । ମେହେନ୍ଦୀ, ଟାଟୁ , ବଡି ସ୍ପା, ସ୍ପା ପରି ସମସ୍ତ beauty ୱର୍କ ଅଭିଜ୍ଞ ଟେସିନିସିଅନ ମାନଙ୍କ ଦ୍ୱାରା ଏହା ଢେଙ୍କାନାଳରେ ଆଜିଠୁ ଉପଲବ୍ଧ ହେଲାବୋଲି ସେହନାଜ ମତଦେଇଛନ୍ତି । ଓଡ଼ିଶାର ଅନୁଗୁଳ, ତାଳଚେର ଓ ଭୁବନେଶ୍ୱର ରେ ଏହା ଆଗରୁ ଖୋଲିଥିବା ବେଳେ ଆଜି ଢେଙ୍କାନାଳରେ ଏହାର ଶୁଭ ଉଦ୍ଘାଟନ କରାଯାଇଥିଲା । ଆଜିର ଏହି ଷ୍ଟୁଡିଓ ଇଲେଭେନର ଶୁଭ ଉଦ୍ଘାଟନ ରେ ବିଜୟ କୁମାର ମହାପାତ୍ର, ଅଖିଳ ରଥ, ଖୁର୍ସିଦ ବେଗମ, ସେହନାଜ ବାହାର , ମହମଦ ସାବୀର ଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *