#Exclusive

ରାତି ଗୋଟାଏ ରେ ଧବଳେଶ୍ୱରଙ୍କ ପୀଠରେ ଉଠିବ ମହାଦୀପ

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଧବଳେଶ୍ୱରଙ୍କ ପୀଠ,

ରାତ୍ର ୩ଟାରୁ ଶ୍ରୀଦେବଙ୍କ ବିଭିନ୍ନ ନୀତିକାନ୍ତି କରାଯାଇ ପହୁଡ଼ ଖୋଲାଯିବା ପରେ ଭକ୍ତମାନେ ଧାଡିରେ ଯାଇ ଶୃଙ୍ଖଳିତ ଭାବେ ଧବଳେଶ୍ୱରଙ୍କୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି,ଆଜି ହେଉଛି ଏପରି ଏକ ଦିନ ଯାହାକି ଶ୍ରୀଦେବଙ୍କ ନିକଟରେ କେତକୀ ଫୁଲ,ଗୟସ ଫୁଲ,ଦୁଦୁରା ଫୁଲ ପ୍ରଭୁତି ଚଢାଇଲେ ଭକ୍ତର ମାନସିକ ପୂର୍ଣ୍ଣ ହୋଇଥାଏ,

ଆଜିର ଦିନରେ ଭକ୍ତ ଯିଏବି ଯାହା ମାନସିକ କରୁ ଆଉ ନିଷ୍ଠାର ସହିତ ଯଦି ବାବା ଙ୍କୁ କେହି ଡାକିଥାଏ ତାର ମନସ୍କାମନା ପୂରଣ ହେବା ନିଶ୍ଚିତ ବୋଲି କୁହାଯାଇଥାଏ,

ସେହି ବିଶ୍ୱାସକୁ ନେଇ ଆଜି ସକାଳ ଠାରୁ ସ୍ଥାନୀୟ ଅଞ୍ଚଳର ଭକ୍ତମାନଙ୍କ ସଂଖ୍ୟା ବଢିବାରେ ଲାଗିଛି, ଅପରାହ୍ନ ପରଠାରୁ ଦୂରଦୂରାନ୍ତରୁ ଭକ୍ତମାନଙ୍କ ସଂଖ୍ୟା ବଢିବ,

ରାତି ଗୋଟାଏ ରେ ଧବଳେଶ୍ୱରଙ୍କ ପୀଠରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ହୋଇଛି, ପୋଲିସ ଓ ପ୍ରଶାସନ ତରଫରୁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

Leave a comment

Your email address will not be published. Required fields are marked *