#Breaking News #District

News Today ଓଡ଼ିଆ ପ୍ରତିନିଧିଙ୍କ ନାମରେ ଏତଲା ଦେଲେ ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କଙ୍କଡ଼ାହାଡ଼ ଶିକ୍ଷକ ସଂଘ

କାମାକ୍ଷା ନଗର ( ଉଲ୍ଲାପ୍ର )କାମାକ୍ଷାନଗର ଉପଖଣ୍ଡ ର କଙ୍କଡ଼ାହାଡ଼ ବ୍ଲକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ପ୍ରସାରଣ କରିବା ଫଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଚରିତ୍ର ସଂହାର କରିବା ନେଇ ୱେବ୍ ଚାନାଲ ର ପ୍ରତିନିଧି ଯୋଶବନ୍ତ ପରିଡ଼ା ନାମରେ ମକଦ୍ଦମା ରୁଜୁ ହୋଇଛି।ଏହି ଭାଇରାଲ ହୋଇ ଥିବା ଭିଡିଓ ଟି କେଉ ସ୍ଥାନର ଓ କେଉ ବିଦ୍ୟାଳୟର ତାହା ଜଣା ପଡିନାହିଁ।ଏଣୁ କଙ୍କଡ଼ାହାଡ଼ ବ୍ଲକ ଓ କଙ୍କଡ଼ାହାଡ଼ ଥାନା ର ଫଟୋ ଦେଇ ଏହିନଗ୍ନ ଫଟୋ ପ୍ରସାରଣ କରିଥିବାରୁ ତାହା ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ର ଅସନ୍ତୋଷ ଦେଖା ଦେଇଛି । ଏଭଳି ଶିକ୍ଷକ ଓ ଶିକ୍ଷୟିତ୍ରୀ କଙ୍କଡ଼ାହାଡ଼ ବ୍ଲକ ର କେହି ନାହାନ୍ତି ବୋଲି ଶିକ୍ଷକ ସଂଘ ର ସଭାପତି ଅଶୋକ କୁମାର ସାହୁ ଥାନାରେ ଲିଖିତ କରିଛନ୍ତି ।ଏହି ଭିଡିଓ କେଉଁଠୁ ଆସିଲା ଓ କେଉଁଠୁ ସେ ପାଇଲେ ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି।ସଭାପତି ଙ୍କ ସହିତ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଥାନା ରେ ପହଞ୍ଚି ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *