#Breaking News #Uncategorized

ଢେଙ୍କାନାଳ ରେ ଅବକାରୀ ବିଭାଗ ଦ୍ଵାରା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହରରେ ଧଳା ଜହାର ବେପାରୀଙ୍କ କାର୍ଯ୍ୟକଳାପ ଦିନକୁଦିନ ବଢୁଥିବା ସମୟରେ ଏହାକୁ ବନ୍ଦ କରିବା ପାଇଁ ଢେଙ୍କାନାଳ ପୋଲିସ ଏବେ ଆକ୍ସନ ମୁଡ ରେ । ଆଜି ଏପରି କିଛି ଧଳା ଜହାର ବେପାରୀଙ୍କୁ ଧରିବାରେ ପୋଲିସ କୁ ମିଳିଛି ଏକ ବଡ ସଫଳତା ।ଆଜି ଢେଙ୍କାନାଳ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି 2 ଜଣ ଧଳା ଯହର ବେପାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଉକ୍ତ ବ୍ୟକ୍ତି 2 ଜଣ ହେଲେ କାଞ୍ଚନ ବଜାରର କୁନା ବେହେରା, ପିତା ସରୋଜ ବେହେରା । ତାଙ୍କ ଠାରୁ 22ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଗିରଫ ହୋଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାହୁଲ କୁମାର ରାଉତ, ପିତା ରଞ୍ଜିତ କୁମାର ରାଉତ, ବାଜିଚୌକ ଢେଙ୍କାନାଳ ।ତାଙ୍କ ଠାରୁ 18ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ 4ଲକ୍ଷ ଟଙ୍କା ହେବ ବୋଲି ଢେଙ୍କାନାଳ ଅବକାରୀ ବିଭାଗ ଇନ୍ସପେକ୍ଟର ବିବେକାନନ୍ଦ ତରାଇ ସୂଚନା ଦେଇଛନ୍ତି । ଚଢ଼ାଉରେ ସାମିଲ ହୋଇଥିବା ଅଧିକାରୀ ମାନେ ହେଲେ ସବ- ଇନ୍ସପେକ୍ଟର ଭକ୍ତବସ୍ଛଳ ବ୍ରହ୍ମ, ସହକାରୀ ସବ- ଇନ୍ସପେକ୍ଟର ଛାୟାକାନ୍ତ ନାୟକ, ବିଶ୍ୱରଂଜନ ନାଥ , କନଷ୍ଟେବଳ ଟୁଲୁଜ କୁମାର ଧଳ, ଗୋଲାପ ସାହୁ, ସତ୍ୟବ୍ରତ ମହାଳିକ, ଦେବରାଜ ସାହୁ, ଶ୍ରଦ୍ଧାଞ୍ଜଳି ସାମଲ, ଦେବବ୍ରତ ରାଉଳ, ହରିହର ସରେନ ।

Leave a comment

Your email address will not be published. Required fields are marked *