
ଅସ୍ଥିଶଲ୍ୟ ଚିକିତ୍ସାର ଆଦ୍ୟ ଭୂମି କୁଲାଇଲୋର ଧନନ୍ତ୍ୱରୀଙ୍କ ମାନସ ସନ୍ତାନ ପ୍ରତାପରୁଦ୍ର ।
admin | January 21, 2020 | 133 views |0 | Exclusive
ଅସ୍ଥିଶଲ୍ୟ ଚିକିସ୍ଥକ ସମାଜସେବୀ ପ୍ରତାପରୁଦ୍ର ବେଉରାଙ୍କ 79 ତମ ଜନ୍ମଦିନ ଆସନ୍ତା ୨୫ ତାରିଖ ଦିନ ଢେଙ୍କାନାଳ ଗୋବିନ୍ଦପୁର ଜରାଶ୍ରମ ଠାରେ ପାଳିତ ହେବ,ହାଡଭଙ୍ଗା ରୋଗୀମାନଙ୍କୁ ନିଃସ୍ୱାର୍ଥପର ଭାବେ ସେବା କରି ଆଠଗଡ କୁଲାଇଲୋ ଅଞ୍ଚଳକୁ ପ୍ରସିଦ୍ଧ କରିପାରିଛନ୍ତି, ପ୍ରତାପରୁଦ୍ରଙ୍କ ପରିବାରର ୪ ପୁରୁଷ ଧରି ଏହି ଅସ୍ଥିଚିକିସ୍ଥା ସେବା ଯୋଗାଇ ଦେଇ ଆସୁଥିବା ବେଳେ ତାଙ୍କ ବାପା ଅନନ୍ତ ବେଉରା ଏହି ଅସ୍ଥିଶଲ୍ୟ ଚିକିସ୍ଥାକୁ ବହୁ ଆଗକୁ ନେଇଥିଲେ, ତାଙ୍କଠାରୁ ଏହି ଚିକିତ୍ସା ଶିଖି ଏବେ ପ୍ରତାପରୁଦ୍ର ହାଡଭଙ୍ଗା ରୋଗୀଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି,ଏଠାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ବିଶିଷ୍ଟ ହକି ଖେଳାଳୀ ଦିଲୀପ ତିର୍କୀ ମଧ୍ୟ ଏଠାରେ ଚିକିତ୍ସା ହୋଇ ଆରୋଗ୍ୟ ଲାଭ କରିଛନ୍ତି, ବିଶେଷ କରି ଆଜିର ଦିନରେ ଜଙ୍ଗଲ ସମ୍ପଦ ଲୂଟ ହୋଇଚାଲିଥିବା ବେଳେ ପ୍ରତାପରୁଦ୍ର ନିଜ ଜମିରେ ଚେରମୁଳି ଔଷଧୀୟ ବୃକ୍ଷ ଲଗାଇ ହାଡଭଙ୍ଗା ରୋଗୀଙ୍କ ସେବାରେ ଏହି ଚେରମୂଳ ଲଗାଇ ସେ ନିଜକୁ ଗୌରବ ଅନୁଭବ କରୁଛନ୍ତି,ବିଭିନ୍ନ ଗଛର ଛେଲି ଓ ଚେରକୁ ସଂଗ୍ରହ କରି ହାଡଭଙ୍ଗା ରୋଗୀଙ୍କ ଠାରେ ଲେପଦେଇ ଏହା ବନ୍ଧାଯାଉଥିବା ବେଳେ ରୋଗୀ ମାନେ ଖୁବ ଶୀଘ୍ର ଆରୋଗ୍ୟ ହେଉଛନ୍ତି,ଏଭଳି ଜଣେ ଯୋଗଜନ୍ମା ବ୍ୟକ୍ତିଙ୍କ ଜନ୍ମଦିନ ଅବସରରେ ଉଦୟଲାବଣ୍ୟ ତରଫରୁ ଶୁଭେସ୍ଥା ଓ ଅଭିନନ୍ଦନ।