#Breaking News #Uncategorized

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମାଣକୁ ଜମି ହରାଉଥିବା ଲୋକଙ୍କ ବିରୋଧ

.
ଫୁଲ ବାଣୀ- (ସୁନୀଲ ପଟନାୟକ) ଗାଁକୁ ରାସ୍ତାନ ଥିଲା ଫଳରେ ଗାଁକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରିବାପାଇଁ ଲୋକେ ଦାବୀ କଲେ । ଆଉ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପିଚୁ ରାସ୍ତା ନିର୍ମାଣ କରିବାପାଇଁ ସାମିଲ କଲେ । ଆଉ ଏବେ କାମ ଆରମ୍ଭ ହୋଇଥିବା ବେଳେ କାମ ବନ୍ଦକରିବା ଲାଗି ଠିକାଦାରଙ୍କୁ ଧମକାଉଛନ୍ତି କେତେକ ଗ୍ରାମବାସୀ। ଫଳରେ ରାସ୍ତାକାମ ହେବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାର କ .ନୁ ଆଁଗାର ବାଞ। ମାହା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେଉଛି । ହେଲେ ଏହି ରାସ୍ତା ତିଆରିରେ ଗ୍ରାମ ର ହାତଗଣତି କିଛି ଲୋକଙ୍କପଟା ଜମି ଚାଲିଯାଉଥିବା ଫଳରେ ସେମାନେ ରାସ୍ତାକାମକୁ ବିରୋଧ କରି ବନ୍ଦ କରିବାକୁ ଦାବୀ କରିଛନ୍ତି ।
ସେହିପରି କାମ ନେଇଥିବା ଠିକାଦାର ଜଣକ କୁ ଆଡେ ସେମାନଙ୍କୁ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଲୋକେ ।
ବାଞ୍ଜା ମାହା ଗ୍ରାମର ଅମ୍ବିକା ପ୍ରଧାନ ଙ୍କ ସ୍ଵାମୀ ସୁବାସ ପଧାନ ଙ୍କ ନାମ 6ର ଖାତା ନମ୍ବର୧୭ ଓ ଖ। ତାଙ୫୩/୨ରେ ପଟ୍ଟା ଜମି ରହିଛି । ହେଲେ ଏହି ପଟ୍ଟା ଜମି ଉପର ଦେଇରାସ୍ତା ନିର୍ମାଣ ହେଉଥିବାରୁ ଅମ୍ବିକା ଏହାର ବିରୋଧ କରିଥିଲେ। ହେଲେ ଠିକାଦାର ତାଙ୍କ କଥା ନଶୁଣି କୁ ଆଡେ ଓ ଲଟା ଧମକ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସାରଙ୍ଗଡ଼ ଥାନାରେ ମଧ୍ୟ ତାଙ୍କପଟା ଜମି ଉପରେ ରାସ୍ତା କରାଯାଉଥିବା ନେଇ ଅମ୍ବିକାଅଭିଯୋଗ କରିଛନ୍ତି । ସେହିପରି ଗ୍ରାମ୍ୟ ନିର୍ମାଣ ବିଭାଗନିବାହୀ ଯନ୍ତ୍ରୀଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ସେ ।
ତେବେ ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ନିବାହି ଯନ୍ତ୍ରୀ ଘଟଣାର ତଦନ୍ତ କରିବାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
ତେବେ ସାମୁହୀକ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆପୋଷ ସମାଧାନ ମାଧ୍ଯମରେ ଘଟଣାର ସମାଧାନଜରୁରୀ।

Leave a comment

Your email address will not be published. Required fields are marked *