#Breaking News

ଯନ୍ତ୍ରୀକୁ ଧମକ ଦେଇଥିବା ଅଭିଯୁକ୍ତ ଙ୍କ ବିରୁଦ୍ଧରେ କାର୍ଯ୍ୟା ନୁଷ୍ଠାନ ଦାବୀରେବ୍ଲକ କର୍ମଚାରିଙ୍କ କଲମଛାଡ଼ ଆନ୍ଦୋଳନ ଧମକ


ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଇଂ.ଲିଙ୍ଗରାଜ ପାତ୍ର ନାମକଜଣେ ଯନ୍ତ୍ରୀଙ୍କୁ ଡିଣ୍ଡର । ଗାଁ ର ଭାସ୍କର ପାତ୍ର ନାମକ ଜଣେ ଵ୍ୟକ୍ତି ଗତ ୨୫ତାରିଖ ରେ କୁଆଡେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଏନେଇ ଯନ୍ତ୍ରୀ ଲିଙ୍ଗରାଜ ପାତ୍ର ଫିରିଙ୍ଗିଆ ଥାନାରେ ଏତେଲା ଦେଇଥିଲେ, ହେଲେ ପୋଲିସ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ ନକରିବା ଫଳରେ ଏହାର ପ୍ରତିବାଦ କରି ବ୍ଳକର ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନ କରିବେ ବୋଲି ଶୁକ୍ରବାର ରାତିରେ ଜିଲ୍ଲାପାଳ ଙ୍କୁ ଭେଟି ଜଣାଇଛନ୍ତି । ସେହିପରି କନ୍ଧମାଳ ଏସପିଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଚାରି ଚାରିଥର ଭାଷ୍କର ଏହି ଯନ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାରଧର କଲେଣି କୁ ଆଡେ । ଯନ୍ତ୍ରୀ ଲିଙ୍ଗରାଜ ପାତ୍ର ଏକା ନୁହେଁ ଆଗରୁ ମଧ୍ୟଏହି ବ୍ଳକରଯନ୍ତ୍ରୀ ଇଂସୁନୀଲ ପାତ୍ର, ପିଇ ଓପଦ୍ମଲୋଚନ ମହାନ୍ତି ପ୍ରମୁଖ ମଧ୍ୟ ଆସାମାଜିକ ବ୍ୟକ୍ତିମାନଙ୍କ ଦୁର୍ବ୍ୟବହାର ର ଶୀକାର ହୋଇ ଛନ୍ତି । ହେଲେ ଏଯାଏ ସେହି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତର ଭାଇ ଫିରିଙ୍ଗିଆ ଥାନାରେ ଗୃହରକ୍ଷୀ ଥିବା ଓ ସେ ଥାନା କର୍ମଚାରୀଙ୍କୁ ଧରି ଅଭିଯୁକ୍ତ ଭାଇକୁ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ବ୍ଲ୍କକ କର୍ମଚାରୀ ସଂଘ।
ଜିଲ୍ଲା ପ୍ରଶାସନ ଓ ପୋଲିସ ଏସପି ସରକାରୀ କର୍ମ ଚାରିଙ୍କୁ କିଭଳି ନ୍ୟାୟ ଓ ସୁରକ୍ଷା ପ୍ରଦାନ କରୁଛନ୍ତି ଦେଖିବାର କଥା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *