#Breaking News #District

ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ ରେ ୨ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ଜଙ୍ଗଲ ବିଭାଗ ର ବ୍ୟାପକ ସଚେତନତା ସତ୍ୱେ କେତକ ସ୍ଥାନରେ ଦୁର୍ବୁତ୍ତ ମନେ ଜଙ୍ଗଲ ରେ ନିଆଁ ଲଗାଉଛନ୍ତି lଫଳରେ କୋଟିକୋଟି ଟଙ୍କା ର ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟ ଜନ୍ତୁ ମଧ୍ୟ ଅସୁରକ୍ଷିତ ହୋଇପଡୁଛନ୍ତି l
ମଙ୍ଗଳବାର କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ବନ ଖଣ୍ଡ ଅଧୀନ ଦାରିଂବାଡ଼ି ରେଞ୍ଜ ଅଧୀ ଘଞ୍ଚ ଜଙ୍ଗଲ ରେ ରେଞ୍ଜର ସତୀଶ କୁମାର ଧାରୁଆ ଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଚଢ଼ାଉ କରି ନିଆଁ ଲଗାଉଥିବା ବେଳେ ୨ ଜଣଙ୍କୁ ବନ ବିଭାଗ ଗିରଫ କରିଥିଲା l
ଗିରଫ ଅଭିଯୁକ୍ତ ମାନେ ହେଲେ ଦାରିଂବାଡ଼ି ଥାନା ଅନ୍ତର୍ଗତ ଶ୍ରlକିପାଙ୍ଗା ଗ୍ରାମର ୱାର୍ଡ ମେମ୍ବର ଯିଶାୟ ପ୍ରଧାନ, ଆ ତିନୀ ବାଡି ଗ୍ରାମର ରୋହିତ ପ୍ରଧାନ ବୋଲି ରେଞ୍ଜର ଧାରୁଆ କହିଛନ୍ତି l
ବନ ବିଭାଗ ୧ ୨ /୨୩ ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବିଷୟ ରେଞ୍ଜର ଧାରୁଆ କହିଛନ୍ତି l
ରେଞ୍ଜର ଭାବେ ସତୀଶ ଧାରୁଆ ଦାଇତ୍ୱ ଗ୍ରହଣ କରିବା ପରଠାରୁ ବାଲିଗୁଡା ଡ଼ିଏଫଓ ବିଶ୍ୱ ରାଜ ମିଶ୍ର ଙ୍କ ପରାମର୍ଶ କ୍ରମେ ଦାରିଙ୍ଗ ବାଡ଼ି ବନାଞ୍ଚକରେ ବ୍ୟାପକ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି ସେହିପରି ବନ୍ୟପ୍ରାଣୀ ମାନେ ଯେପରି ସୁରକ୍ଷିତ ରହିବେ ସେଥି ପ୍ରତି ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ରେଞ୍ଜର ଧାରୁଆ l
ଡ଼ିଏଫଓ ବିଶ୍ୱରାଜ ମିଶ୍ର ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ସଚୋଟତା o ବିଶେଷ ଜ୍ଞାନ କୌଶଳ ଯୋଗୁଁ ଗତ ଦୁଇବର୍ଷ ରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କ. ନୂଆଗାଁ, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼, ବେଲଘର, ସୀମନବାଡୀଆଦି ରେଞ୍ଜ ଅଂଚଳ ରେ ପୂର୍ବାପେକ୍ଷା ଜଙ୍ଗଲ ବୃଦ୍ଧି ହୋଇଥିବା ଲଖ୍ୟ କରାଯାଉଛି lସେହିପରି ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ଡ଼ିଏଫଓ ମିଶ୍ର ଯଥେଷ୍ଟ ଧ୍ୟାନ ଦେବା ଫଳରେ ବନ୍ୟ ପ୍ରାଣୀ ସଂଖ୍ୟା ବୃଦ୍ଧିପାଇଥିବା ପରିବେଶ ବିତ ମାନେ କହିଛନ୍ତି l

Leave a comment

Your email address will not be published. Required fields are marked *