#Breaking News

ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା


ବାଲିଗୁଡା,୨୬/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷ ୨୦୨୦-୨୧ର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶତ ପ୍ରତିଶତ ସଫଳତା ହାସଲ କରିଛି l ବିଦ୍ୟା ମନ୍ଦିରର ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉନ୍ନତ ମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ପ୍ରତିବର୍ଷ ଏହି ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ହାଇସ୍କୁଲ୍ ବାର୍ଷିକ ପରୀକ୍ଷାରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥାନ୍ତି I କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟରେ ଖୁବ୍ କମ୍ ଦିନ ପାଠପଢ଼ା ହୋଇଥିଲେ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଅନଲାଇନ୍ ଶିକ୍ଷାଦାନ ଜାରି ରଖିଥିଲେ I ଫଳରେ ଚଳିତ ବର୍ଷର ସ୍ଵତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବାଜି ମାରି ନେଇଥିଲେ I ଚଳିତ ବର୍ଷ ମୋଟ ୨୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ଏ-୧-ଗ୍ରେଡ଼ରେ ରେ ୨ ଜଣ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଏ-୨-ଗ୍ରେଡ଼ରେ ୭ଜଣ, ବି-୧-ଗ୍ରେଡ଼ରେ ୭ଜଣ, ବି-୨ଗ୍ରେଡ଼ରେ ୬ ଜଣ, ଓ ସି-ଗ୍ରେଡ ରେ ୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି | ବିଦ୍ୟା ମନ୍ଦିର ର ଛାତ୍ରୀ ତମନ୍ନା ତ୍ରିପାଠୀ ୫୫୯ ନମ୍ବର ରଖି ଥିବା ବେଳେ ସ୍ନେହା ମଲ୍ଲିକ ୫୪୦ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଅନୁଷ୍ଠାନର ସମସ୍ତ ପ୍ରଧାନ ଆଚାର୍ଯ୍ୟ, ଅନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ପରିଚାଳନା ସମିତିର ସମସ୍ତ କର୍ମକର୍ତାଙ୍କ ଶିକ୍ଷାଦାନ ଶୈଳୀ ଏବଂ ଅଭିଭାବକଙ୍କ ସହଯୋଗକୁ ଶ୍ରେୟ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି |

Leave a comment

Your email address will not be published. Required fields are marked *