#Breaking News

ଗାଁକୁଆମ୍ବୁଲାନ୍ସ ଯାଇପାରିଲାନି. ମାନବିକତା ଦେଖାଇଲେ କର୍ମଚାରୀ


ଫୁଲବାଣୀ-(ସୁନୀଲ ପଟ୍ଟନାୟକ) ରାସ୍ତା ନାହିଁ ଫଳରେ
ଗାଁକୁ ଆମ୍ବୁଲାନ୍ସ ଯାଇପାରିଲାନି, I ପ୍ରାୟ ପାଞ୍ଚ କଲେ।ମିଟର ଦୁରରେଆମୁଲାନ୍ସ ଟି ଅଟକି ଗଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତା ଦେଖାଇ ଷ୍ଟେଚ଼ରରେ ୫ କି.ମି ବାଟ ବୋହି କରି ଆଣିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ସଦର ବ୍ଳକ ମିଣିଆ ପଞ୍ଚାୟତର ବୋଗ ମୁଣ୍ଡା ଗ୍ରାମରେ।
ଗ୍ରାମର ଲକ୍ଷ୍ମଣ କହଁର ନାମକ ଜଣେ ବ୍ୟକ୍ତି ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ତେବେ ରିବି ବାର ତାଙ୍କର ଅବସ୍ଥା ଗୁରୁତର ହେବାରୁ
ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଫୋନ କଲପାଇ ତତକ୍ଷଣାତ ଆମ୍ବୁଲାନ୍ସ ଆସିଯାଇଥିଲା ତେବେ ଗ୍ରାମକୁ ଭଲ ରାସ୍ତାନ ଥିବା ରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନସ କର୍ମଚାରୀମାନେ ମାନବିକତ। ଦେଖାଇବାକୁ ଯାଇ ଅସୁସ୍ଥ ଲକ୍ଷ୍ମଣଙ୍କୁ ତାଙ୍କ ଘରୁଷ୍ଟ୍ରେଚରରେ ୫କିମି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।
ଫଳରେ ଲକ୍ଷ୍ମଣଙ୍କ ଜୀବନ ବଞ୍ଚିଯାଇଥିଲା ଲକ୍ଷ୍ମଣ ଜଣେ ପାରାଲିସିସ ଓ ହୃଦରୋଗୀ । ବର୍ତ୍ତମ । ନ ସେ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଆଉ ସୁସ୍ଥ ଅଛନ୍ତି ।
ଆମ୍ବୁଲାନ୍ସ କର୍ମଚାରିଙ୍କ ଏଭଳି ମହାନ କାର୍ଯ୍ୟପାଇଁ ପରିବାର ଲୋକେ ଓ ଗ୍ରାମବାସୀ ବେଶ ପ୍ରଶସାଂ କରିଛନ୍ତି। ତେବେ ସରକାର ଗ୍ରାମାଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଅନୁଦାନଯୋଗାଇ ଦେଉଥିବା କହୁଛନ୍ତି ତେ6ବ ଏ ସବୁ ଅନୁଦାନ ଅର୍ଥ କିଭଳି ବିନିଯୋଗ ହେଉଛି ତାହା ବୋଗ ମୁଣ୍ଡା ଗ୍ରାମକୁ ଦେଖିଲେସ୍ପଷ୍ଟ ଜଣାପଡୁଛି ।

Leave a comment

Your email address will not be published. Required fields are marked *