#Breaking News

ନେଗେଟିଭ ରିପୋର୍ଟ ପରେ ବି ସଙ୍ଗରୋଧ ରେ ଅଛନ୍ତି ଜଣେ ଗଣମାଧ୍ୟମ ପ୍ରତିନିଧି,ସାମ୍ବାଦିକ ସଂଘର ଦୃଢ ନିନ୍ଦା


ଫୁଲବାଣୀ- (ସୁନୀଲ ପଟନାୟକ) ହାତରେ ନେଗେଟିଭ ରିପୋର୍ଟ । ତଥାପି ଘର ଆଗରେ ବାଡ ବାନ୍ଧିଲା ପ୍ରଶାସନ। ଆଉ ସଙ୍ଗ ରୋଧରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି କୁ ଆଡେ ପ୍ରଶାସନ। ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସହରର ଜଣେ ଗଣମାଧ୍ୟମ ପ୍ରତିନିଧି ପ୍ରତାପ ଚନ୍ଦ୍ର ପାଢୀ ।
ସେ ଓ ତାଙ୍କ ପରିବାରକୁ ସଙ୍ଗ ରୋଧରେ ରଖିବା ସହ ବାରମ୍ଵାର ଫୋନ କରି ଆପଣ ସୁସ୍ଥ ଅଛନ୍ତି ତ?ଘରେ ରୁହନ୍ତୁ। ମେଡିସିନ ନିୟମିତଖାଆନ୍ତୁ ବୋଲି କୁହାଯାଉଛି। ତେବେ ଏ ଯାଏତାଙ୍କ ନିକଟକୁ କୌଣସି ମେଡିକାଲ ଟିମ ଆସିନାହ ।ନ୍ତି କି କିଏ ତାଙ୍କୁ ମେଡିସିନ ମଧ୍ୟ ଦେଇ ନ ଥିବା ପ୍ରତାପ ଅଭିଯୋଗ କରିଛନ୍ତି । ଫଳରେ ସେ ଓ ତାଙ୍କ ପରିବାର ମାନସିକ ଦୁଃଶ୍ଚିନ୍ତ । ଦେଇ ଗତି କରୁଥିବା କହିଛନ୍ତି ।
ସୂଚନାଯୋଗ୍ୟଯେ, ପ୍ରତାପ ଗତ ୬ ତାରିଖ ଦିନ କୋଭିଡ଼ ଟେଷ୍ଟ ପାଇଁ ଜି ଉଦୟଗିରି ଡାକ୍ତରଖାନାକୁ ଯାଇଥିଲେ।
ସେଠାରେ ତାଙ୍କର ସ୍ଵାବ ଟେଷ୍ଟ କରି ତାଙ୍କୁ ନେଗେଟିଭ ରିପୋର୍ଟ ଦେଇଥିଲେ ।
ହେଲେ ପୁଣି ୯ ତାରିଖରେ ତାଙ୍କ ନିକଟକୁ ଏକ ମେସେଜ ଆସିଲା ଯେ ଆପଣ ଆରଟିପିସିଆର ଟେଷ୍ଟ ପାଇଁ ସ୍ଵାବ ସଂଗ୍ରହ ହୋଇଛି। ଆପଣ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି । ଫଳରେ ଏ ନେଇ ସାମ୍ବାଦିକ ପାଢି ଜିଉଦୟଗିରି କୋର୍ଭିଡ଼ ଇନଚାର୍ଜ ଡାମାନ ସ ସାହୁଙ୍କୁ ପଚାରିବାରେ ସେ କଂପ୍ୟୁଟ ର ଦେଖି ଭୂଲରେ ଆଉ ଜଣକ ସ୍ଥାନରେ ଆପଣଙ୍କଫିଡିଙ୍ଗ ହୋଇଯାଇଛି । ଆପଣ ବ୍ୟସ୍ତ ହୁଅନ୍ତୁ ନି ମୁଁ ଡିଲିଟ କରିଦେବି ଏଣୁ ଏ କଥା କାହାରିକୁ ଜଣାଇବେନି ବୋଲି କହିଥିଲେ। ହେଲେ ୧୦ରେ ପୁଣି ମେସେଜ ଆସିଲା। ପୁଣି ୧୪ରେ ବାଲିଗୁଡ଼ା ଓ ଫୁଲବାଣୀ କଣ୍ଟ୍ରୋଲ ରୁମରୁ ଫୋନ ଆସିଲା ପ୍ରତାପଙ୍କ ମୋବାଇଲକୁ । ସୁସ୍ଥ ଥିବା କଥା ସେ କହିଥିଲେ। ଏନେଇ ସାମ୍ବାଦିକ ପ୍ରତାପ ସିଡିଏମ ଓ. ସ୍ଥାନୀୟବିଡିଓ ଓ ତହସିଲ ଦାର, କୋଭିଡ ଇନଚାର୍ଜ୍ କୁ ପଚାରିବାରେ ଦେଖୁଛୁ। ବୁଝୁଛୁ,ଏପରି କାହିଁକି ହେଲା ବୋଲି କହିଥିଲେ। ତେବେ ସେହି୧୪ ତାରିଖଦିନ ସାମ୍ବାଦିକଙ୍କ ଘର ସାମନାରେ ବାଉଁଶ ବାଡ ବାନ୍ଧିବାସ ହ ପ୍ରବେଶ ଓ ପ୍ରସ୍ଥାନ ନି6ଷଧ ଲଗାଇ ଦେଇଛି ଏନଏସି ।
୧୪ରୁ ଆଜି ଯାଏ ଘରେ ବନ୍ଦୀ ହୋଇ ରହିଛନ୍ତି ସେ। ଯଦି କୋଭିଡ଼ ପଜିଟିଭ କହୁଛି ପ୍ରଶାସନ ତେବେ ଆଜି ଯାଏମେଡିକାଲ ଟିମ ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଘରକୁ ଜମା ଯାଇନି କାହିଁକି?
କୌଣସିମେଡିସିନ ମଧ୍ୟ ଦେଇନାହାନ୍ତି କାହିଁକି?
ଏଥିରୁ ସ୍ପଷ୍ଟ ଜଣା ପଡୁଛି ଜିଉ ଦୟଗିରିରେ କୋଭିଡ଼ ପରିଚାଳନା କିଭଳି ଦେଇଛି । ମେଡିକାଲ ଟିମ କିଭଳି ସ୍ୱାସ୍ଥ୍ୟସେବା ଯୋଗାଉଛି କୋଭିଡ ରୋଗୀଙ୍କୁ । କେବଳ କାଗଜପତ୍ରରେ ଚାଲିଛିକୋଭିଡ଼ ଚିକିତ୍ସା । ସେଥିପାଇଁ ରୋଗୀ ମୃତ୍ୟୁ ସଂଖ୍ୟା ବଢୁଛି ଜିଲ୍ଲାରେ।
କୋଭିଡ଼ ଇନଚାର୍ଜ୍ ଙ୍କ ଦାୟିତ ହୀନତା ଅବହେଳା ତଥା ଅନଭିଜ୍ଞତା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ ଯଦି ଏଭଳି ମନ ମାନୀ ଖ। ମଖିଆଲି କରାଯାଉଛି ତେବେ ସହରର ଅନ୍ୟ କୋଭିଡ ରୋଗୀଙ୍କ ଚିକିତ୍ସା କିଭଳି କରାଯାଉଥିବ ତାହା ଏଥିରୁ ଜଣାପଡୁଛି।
ପ୍ରକୃତରେ ଏହା ଯଦି ସତ୍ୟ ତେବେ ସାଂଘାତିକ ନିଶ୍ଚୟ। ଗଣମାଧ୍ୟମ ପ୍ରତିନିଧି ତଥା କରୋନାଯୋଦ୍ଧା ପ୍ରତି ସ୍ୱାସ୍ଥ୍ୟ ବିଭାଗର ଏଭଳି ଦାୟୀତ୍ଵହିନକାରବାରକୁ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ତଥା ବରୀଷ୍ଠ ସାମ୍ବାଦିକ ଡଅରୁପ ଜେନା, ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଶିଶିର ପଟନାୟକ,ସନ୍ତେଷଡିଗଲ ପ୍ରମୁଖ ଦୃଢ ନିନ୍ଦା କରିବା ସହଏହାର ବିଧି-ବଦ୍ଧ ତଦନ୍ତ କରି ସଂପୃକ୍ତ ଡାକ୍ତର ଓ ଦାୟିତ୍ଵରେ ଥିବା କର୍ମଚାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।
ଏ ନେଇ ଜିଲ୍ଲାପାଳ କନ୍ଧମାଳ, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛି ସଂଘ।

Leave a comment

Your email address will not be published. Required fields are marked *