#Exclusive

କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ଓଡ଼ିଶା, ରାଜ୍ୟର କୋଣଅନୁକୋଣରେ ଗୁଞ୍ଜରିତ ହେଲା ‘ବନ୍ଦେ ଉତ୍କଳ ଜନନୀ…’

ଭୁବନେଶ୍ୱର: ସାରା ଓଡ଼ିଶା ଓ ପୂରା ଓଡ଼ିଆ ଜାତି ଗାଇଲା  ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟରୁ ଖେଳପଡ଼ିଆ ସବୁଠି ଲୋକେ ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ।’ ଶନିବାର ସନ୍ଧ୍ୟା ୫.୩୦ ମିନିଟ୍‌ରେ ଓଡ଼ିଶାର ଘରେଘରେ ମୁଖରିତ ହୋଇଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’। ଏଥିସହ ବିଭିନ୍ନ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ଷ୍ଟାଡିୟମ, ଖେଳପଡ଼ିଆ ଓ ସର୍ବସାଧାରଣସ୍ଥାନରେ ଲୋକେ ଏକତ୍ରୀତ ହୋଇ ଏହି ଗୀତକୁ ଗାଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, କ୍ରୀଡାବିତଙ୍କ ଠାରୁ ଆରମ୍ଭ କରି କଳାକାର, ସାହିତ୍ୟିକଙ୍କଠାରୁ ନେଇ ସାଧାରଣ ଜନତା ଯାଏଁ ସମସ୍ତଙ୍କ କଣ୍ଠରୁ ନିସୃତ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’।  ରାସ୍ତାଘାଟରେ ଅଟକି ଯାଇଥିବା ଓଡ଼ିଆମାନେ ବି ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି। ଭୁବନେଶ୍ୱର କମିସନରେଟ ପୁଲିସ କାର୍ଯ୍ୟାଳୟ, ଜୟଦେବ ବିହାର-ଡମଣାରୋଡ, ମାଷ୍ଟରକ୍ୟାଣ୍ଟିନ୍, ପୁରୀ ବଡ଼ଦାଣ୍ଡରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ ହୋଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଓଡ଼ିଶାବାସୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନବୀନ ନିବାସରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି । ଏଥ ସହିତ ସମଗ୍ର ରାଜ୍ୟର ଆବାଳବୃଦ୍ଧବନିତା ଏହି ଗୀତ ଗାନ କରିଛନ୍ତି । ରାଜ୍ୟର  କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଆ ଜାତି ଏହି ଗାନ ଗାଇଛି । ଗାଁ ଦାଣ୍ଡ, ଘର ଛାତ, ବିଲ-ବାଡି, ସହରର ଟ୍ରାଫିକ୍ ଛକ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ହସ୍ପିଟାଲ, ହାଟ-ବଜାର ଆଦି ସ୍ଥାନରେ ଲୋକେ ଗର୍ବିତ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ଦେଖାଯାଇଛି ।କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ଉତ୍କଳ ମାତାକୁ ମନେ ପକାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସବୁ ସ୍ତରରେ ଲୋକେ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତା କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’ ଗାଇଛନ୍ତି ।

Leave a comment

Your email address will not be published. Required fields are marked *