#Breaking News

କନ୍ଧମାଳ- ପୋଲିସ ଓ ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଗୁଳି ଗୁଳା ସମେତ ବହୁ ମାଓ ସାମଗ୍ରୀ ଜବତ


ଫୁଲ ବାଣୀ_(ସୁନୀଲ ପଟନାୟକ) ସୋମବାର କନ୍ଧମାଳ ଜିଲା ଗୋଛାପଡ଼ା ଜଙ୍ଗଲରେ କମ୍ବି ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ। ଫଳରେ
ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା । ତେବେ ଘ ଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଥିଲେ। ତେବେ ଆଜି ସର୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ବହୁ ମାଓ ସାମଗ୍ରୀ ଜବତ କରିଥିବା ନେଇ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।
ଜବତ ମାଓ ସାମଗ୍ରୀ ମଧ୍ୟରେବନ୍ଧୁକ, ଗୁଳି ଗୋଳା ସମେତ ମାଓ ପୋଷାକ, ବ୍ୟାଟେରୀ , ମା ଓ ପୁସ୍ତିକା, ମେଡିସିନ, ଡି ଟୋନେଟର,ତାର,ଛତା, ଅସବାବ ପତ୍ର ଆଦି ରହିଥିବା ଏସପି ବିନିତ ଅଗ୍ରୱାଲ କହିଛନ୍ତି ।କନ୍ଧମାଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେଜିଲ୍ଲାରେ ପ୍ରତ୍ୟହ କିମ୍ବିଙ୍ଗ ଅପରେସନ ଜାରି ରହିବା ଫଳରେ ମାଓ କାର୍ଯ୍ୟକଳାପ ସଂପୂର୍ଣ୍ଣ ହ୍ରାସ ପାଇଥିବା କୁହାଯାଉଛି ।

Leave a comment

Your email address will not be published. Required fields are marked *