#Breaking News

ଲାନ୍‌କୋ ବାବନ୍ଧ ପାୱାର ପ୍ଲାଣ୍ଟ ସମ୍ବନ୍ଧୀୟ ତ୍ରୀପାକ୍ଷିକ ବୈଠକ କ୍ଷତିପୂରଣ ମାମଲାର ଫଇସଲା ପାଇଁ କାରଖାନାକୁ ପ୍ରସ୍ତାବ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖଡ଼ଗପ୍ରସାଦ ଓ କୁରୁ ଠାରେ ଥିବା ଲାନ ବାବନ୍ଧ ପାୱାର ପ୍ଲାଣ୍ଟ ବିକ୍ରି ଓ କ୍ଷତିପୂରଣକୁ ନେଇ ପ୍ରଶାସନ , କାରଖାନା କତୃପକ୍ଷ ଓ ପ୍ରଜାସଂଘ ମଧ୍ୟରେ ତ୍ରିପାକ୍ଷୀକ ବୈଠକ ଶନିବାର ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଜାସଂଘ ସହିତ କ୍ଷତିପୂରଣ ସମ୍ବନ୍ଧୀୟ ସମସ୍ତ ମାମଲାର ଫଇସଲା କରିବା ପାଇଁ କାରଖାନାକୁ ୭ ଦିନ ସମୟ ଦିଆଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧକ୍ଷକ କେ . ଶିବା ସୁବ୍ରମଣି , ସାଂସଦ ମହେଶ ସାହୁ , ବିଧାୟକ ସୁଧୀର କୁମାର ସାମଲ , କାରଖାନା ତରଫରୁ ଲିକ୍ୟୁଡେଟର ପ୍ରତିନିଧି ସଂଜୟ ଗୁପ୍ତା , ପ୍ରଜାସଙ୍ଘର ସଭାପତି ଗଙ୍ଗାଧର ସାମଲଙ୍କ ସହିତ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । କାରଖାନା କ ପକ୍ଷ ବାରମ୍ବାର ପ୍ରତାରଣା କରୁଥିବା କ୍ଷତିଗ୍ରସ୍ତ ଗଜାମାନେ ଅଭିଯୋଗ କରିଥିଲେ । ବିଭିନ୍ନ ଲୋଭନୀୟ ପରିଶତି ଦେଲ କାରଖାନା କୁ ପକ୍ଷ ବିଲ , ବାଡି , ଘର ଆଦି ହେଲେ । ପ୍ରତିଶ୍ରୁତିମୂଳକ ନିଯୁକ୍ତି , ପାରିପାର୍ଶ୍ବକ ଉନ୍ନୟନ କାର୍ଯ୍ୟ କିଛି କରାଗଲା ନାହିଁ । ଉତ୍ପାଦନ ଆରମ୍ଭ କରିବା ପୂର୍ବରୁ କାରଖାନାକୁ ଦେବାଳିଆ ଦର୍ଶାଇ ଏବେ ବନ୍ଦ କରି ଦିଆଯାଇଛି । ମାତ୍ର ପୂର୍ବରୁ ରହିଥିବା କ୍ଷତିପୂରଣ ନଦେଇ କମ୍ପାନୀ ହଠାତ୍ ଯନ୍ତ୍ରାଂଶ ଉଠାଇ ବିକ୍ରି କରିବାକୁ ଚାଲ୍ ଚଳାଇଛି । କ୍ଷତିପୂରଣ ବାବଦକୁ କମ୍ପାନୀ ୧୭୮ କୋଟି ୬୦ ଲକ୍ଷ ପ୍ରଦାନ କରି ତାର ଯନ୍ତ୍ରାଂଶ ନେଇଯାଉ ଓ ସରକାରଙ୍କ ନିୟମ ଅନୁସାରେ ଆମ ଜମି ଆମକୁ ଫେରାଇ ଦିଆଯାଉ ବୋଲି ଦାବି କରିଥିଲେ । କାରଖାନା କ ପକ୍ଷ ପ୍ରଜାସଂଘ ସହ ବୈଠକ ନ କରି ପ୍ରଶାସନ ଜରିଆରେ ବୈଠକକୁ ବିରୋଧ କରାଯାଇଥିଲା । ନିୟମ ଅନୁସାରେ କାରଖାନାର ଲିକ୍ୟୁଡେଟର ଆଗାମୀ ୯ ତାରିଖ ସୁଦ୍ଧା ବୈଠକ କରି ପ୍ରଶାସନକୁ ଜଣାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ନିୟମ ଅନୁସାରେ ସମସ୍ତ କ୍ଷତିପୂରଣ ବାବଦରେ ଚୂଡାନ୍ତ ଆଲୋଚନା କରି ବୈଠକକୁ ଆସିବାକୁ କାରଖାନା ପ୍ରତିନିଧିଙ୍କୁ କୁହାଯାଇଛି । କ୍ଷତିପୂରଣ ପ୍ରାପ୍ୟ ଓ ଗ୍ରାମବାସୀଙ୍କ ଜମି ଫେରାଇ ନଦେଲେ ଆଗାମୀ ଦିନରେ ହଜାର ହଜାର ଗ୍ରାମବାସୀ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଥିଲେ । ଆସନ୍ତା ସପ୍ତାହକ ଭିତରେ ସମସ୍ତ ପ୍ରକ୍ରିୟା ସାରିବା ପରେ ୯ ତାରିଖରେ ପୁନଶ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ବୈଠକ କରାଯିବ ବୋଲି ନିଷ୍ପତି ହୋଇଛି ।

Leave a comment

Your email address will not be published. Required fields are marked *