#Breaking News

ଆଇଟିଡିଏ ପକ୍ଷରୁ ଆଦିବାସୀ ଚାଷୀ ଙ୍କୁ ଆମ୍ବ ଓ କାଜୁ ଚାରା ପ୍ରଦାନ


ଫୁଲବାଣୀ (ସୁନୀଲ ପଟନାୟକ )
ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ ଆଦିବାସୀ ଚାଷୀ ଙ୍କୁ ମାଗଣା ଆମ୍ବଓ କାଜୁ ଚାରା ପ୍ରଦାନ କରାଯାଇଥିଲା l
୨ ୬ ଜଣ ଚାଷୀ ଙ୍କୁ ୧ ୩ ହଜାର ୫ ଶହ ଉନ୍ନତ କିସମ କଲମୀ ଆମ୍ବ ଓ ୧ ୨ ଶ ହ କାଜୁ ଚାରା ପ୍ରଦାନ କରାଯାଇଥିଲା lବିଭାଗ ପକ୍ଷରୁ ଚଳିତ ବର୍ଷ ୩୧. ୫ ହେକ୍ଟର ଜମିରେ
ଏହି ଫଳ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି lମନରେଗା ଯୋଜନା ରେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ବେଳେ ଚାଷୀଙ୍କୁ ତାର ବାଡସହ ଆବଶ୍ୟକ ସାର ମଧ୍ୟ ପ୍ରଦାନ କରାଯାଇଥିଲା l
ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ମଧୁସୂଦନ ବେହେରା ଙ୍କ ନିଷ୍ଠା ପର ଉଦ୍ୟମ ଓ ଆନ୍ତରିକତା, ଆଗ୍ରହ ସାଙ୍ଗକୁ ଜୀବିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଆମ୍ବ ଓ କାଜୁ ଚାଷ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ରେ ନିଶ୍ଚିତ ପରିବର୍ତନ ଆଣିବ ବୋଲି ପ୍ରକଳ୍ପ ପ୍ରଶାସକ ମଧୁସୂଦନ ବେହେରା କହିଛନ୍ତିl

Leave a comment

Your email address will not be published. Required fields are marked *