#Breaking News

ବାଲିଗୁଡା ରେ ରଜ ମଉଜ ପାଳିତ: ଗାଇଲେ ରଜ ଗୀତ, ଖେଳିଲେ ଦୋଳି

[sg_popup id=”undefined” event=”undefined”][/sg_popup]


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ଓଡିଶା ରେ ତିନି ଦିନିଆ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ବ୍ଲକ ର ଉପାନ୍ତ ଗାଁ ଗୁଡିକ ରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି l ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ ପାଳନ କରୁଛନ୍ତି ରଜ ପର୍ବ। ନୂଆ ଲୁଗା ଓ ପୋଷାକ ପିନ୍ଧି ବିଭିନ୍ନ ପ୍ରକାରର ପିଠା ପଣା ସାଙ୍ଗକୁ ମେହେନ୍ଦି, ଅଳତା ଲଗାଇ ସଜବାଜ ହୋଇ ରଜ ପାନ ଖାଇ ଦୋଳି ଖେଳରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକ ରେବିଙ୍ଗିଆ ପଂଚାୟତ ର ବୁଡ଼ାଗୁଡ଼ା ସାହିର ସମସ୍ତ ଯୁବକ ଯୁବତୀ ଏକତ୍ରିତ ହୋଇ ପାରମ୍ପରିକ ରଜପର୍ବ କୁ ପାଳନ କରିଛନ୍ତି l ଗାଁ ପରିବେଶ ମଧ୍ୟରେ ଗଛ ଡାଳରେ ଦୋଳିକୁ ସଜାଇ କୁଆଁରୀ ଝିଅ ସଜବାଜ ହୋଇ ଦୋଳି ଖେଳିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ପାରମ୍ପରିକ ନୃତ୍ୟ ସଂଗୀତ ରେ ଗାଁ ପରିବେଶ ପ୍ରକମ୍ପିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ସମ୍ମାନିତ ଅତିଥି ଭାବେ ରେବିଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଳିକ ଏବଂ ପୁରସ୍ତମ ବେହେରା ପ୍ରମୁଖ ମଂଚାସୀନ ଥିଲେ l ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ରେବିଙ୍ଗିଆ ଗ୍ରାମର ଗ୍ରାମବାସୀ କଳା ଓ ସଂସ୍କୃତି କୁ ଉଜ୍ଜୀବିତ କରୁଥିବା ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ l ଶେଷରେ ଗ୍ରାମର ଯୁବକ ଯୁବତୀ ମାନେ ମଞ୍ଚରେ ନିଜ ନିଜର କଳା ପରିବେଷଣ କରିଥିଲେ l

Leave a comment

Your email address will not be published. Required fields are marked *