#Breaking News #Crime #District

ରୋଟାରୀ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର. ୨୫ ୟୁନିଟ ରକ୍ତ ସଂଗୃହୀତ


ଫୁଲବାଣୀ ( ଉଲ୍ଲାପ୍ର )
ରବିବାର ୭ ତାରିଖ ସକାଳ ୯ ଟା ସମୟରେ ନାରାୟଣୀ ରୋଡ ରେ ଅବସ୍ଥିତ ରୋଟାରୀ ସେବା ସଦନ ଠାରେ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ସହଯୋଗ ରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ସଭାପତି ହରିଶ୍ଚନ୍ଦ୍ର ମହାରଣା, ସମ୍ପାଦକ ମନୋରଞ୍ଜନ ପଟନାୟକ , ବରିଷ୍ଠ ରୋଟାରୀଆନ ତଥା ପ୍ରତିଷ୍ଠାତା ସଦସ୍ୟ,ବରିଷ୍ଠ ସଦସ୍ୟତଥା ପ୍ରତିଷ୍ଠାତା ରବିନାରାୟଣ ସୁବୁଧି. ପଦ୍ମଚରଣ ସ୍ୱାଇଁ, ଶ୍ରୀମତୀ ବିରାଜିନୀ ମହାପାତ୍ର, ସୁନୀତି ଆଚା ରି, ରୋଟାରିଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ପ୍ରକାଶ ପଣ୍ଡା, ପଦ୍ମ ଚରଣ ମହାନ୍ତି, ପବନ ଅଗ୍ରୱାଲ, କୁନ୍ଦନ ସିଂ, ପ୍ରମୁଖ ଙ୍କ ପରିଚାଳନା ରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ରୋଟାରୀଆନ ସୁନୀଲ ପଟନାୟକ, ବିରାଜିନୀମହାପାତ୍ର, ପବନ ଅଗ୍ରୱାଲ, ପ୍ରକାଶ ପଣ୍ଡା, ମୁକ୍ତିକାନ୍ତ ମହାନ୍ତି, ଶରତ ଚନ୍ଦ୍ର ସୁବୁଧୀ, ଛାୟା ବତୀ ମହାରଣା, କୁନାପତ୍ର ପ୍ରମୁଖ ରକ୍ତ ଦାନ କରିଥିବାବେଳେ, ସଂଗୀତା କର , ସ୍ଵାଗତ ତ୍ରିପାଠୀ, ସାମ୍ବାଦିକ ତଥା ସାହିତ୍ୟିକ ଡ଼ଃ. କାଁହୁ ଚରଣ ଶତପଥୀ,, ସାମ୍ବାଦିକ ପ୍ରଶାନ୍ତ ବେହେରା, ଶିବରାମ ନାୟକ,ଜି ଏନ ଏମ କଲେଜ ପ୍ରଶାସନିକ ଅଧିକାରୀ ସନ୍ତୋଷ ମିଶ୍ର, ପି ଇ ଓ ମାନସ ପାଣିଗ୍ରାହୀ, କେ. ରାଧାଶ୍ୟାମ ପାତ୍ର, ଶଶୀ ଭୂଷଣ ପ୍ରଧାନ, ପ୍ରସନ ଦାଶ, କାଁହୁ ସାହାଣୀ, ବାବୁଲା କହଁର, ଅଶୋକ ମେକାପ, କିଶୋର ସୁବୁଧି, ଦିବ୍ୟାନ ପାତ୍ର, ରାଜେଶ ପାତ୍ର, ଦିପ୍ତିମୟୀ ପାତ୍ର, ନୀଳ ମାଧବ ପାତ୍ର ପ୍ରମୁଖ ରକ୍ତ ଦାନ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଟିମ ହ୍ୟୁମାନୀଟି ର ମୁଖ୍ୟ ଲୋକନାଥ ରାଜୁ,,ସାମ୍ବାଦିକ ସତ୍ୟ ନାରାୟଣ ବେହେରା, ରମେଶ ପ୍ରଧାନ, ଅଶୋକ ମହାନ୍ତି, ଆଦିତ୍ୟ ତ୍ରିପାଠୀ, କାହ୍ନ l ପଟନାୟକ, ଦିଲୀପ ମହାପାତ୍ର, କୁନ୍ଦନ ସିଂ, ସୁନୀତି ଆଚାରୀ, ବରିଷ୍ଠ ରୋଟାରୀଆନ ପୂର୍ବତନ ସଭାପତି ଇଂ, ଜ୍ଞାନ ରଞ୍ଜନ ଦୋରା, ଡି. ଅରୁଣା, ଉର୍ମିଳା ପଣ୍ଡା, ଶିବ ବିଶ୍ୱାଳ,ଜୟ ସେନ ପରିଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡା. ଜୟ ଦୀପ କୁମାର ଘୋଷ, ଦିନ କୃଷ୍ଣ ମହନ୍ତ, ଏଲ ଟି. ପ୍ରସନ କୁମାର ରତ୍ନାଲୁ, ଜ୍ୟୋତି ରଞ୍ଜନ ପୃଷ୍ଟି, ବରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ନିଷ୍ଠା ଓ ଆନ୍ତରିକତାର ସହ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ l
ସୂଚନା ଯୋଗ୍ୟ ଯେ, ଏମସିଏଲ ଆର୍ଥିକ ସହାୟତାରେ ରେଡ଼କ୍ରସ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୀଘ୍ର ଓ ସୁବିଧାରେ ବିନାମୁଲ୍ୟରେ ଗ୍ରାମାଞ୍ଚଳ ମାନକୁ ଯାଇ ଏକା ଥରକେ ୨ ଜଣଙ୍କ ରକ୍ତ ସଂଗ୍ରହ କରିବାର ସମସ୍ତ ସୁବିଧା ଥାଇ ଏକ ବସ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯଇଥିଲା ନିକଟ ରେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଏହାକୁ ଉଦଘାଟନ କରିବା ପରେ ପ୍ରଥମ କରି ରୋଟା ରୀ ଅନୁକୁଲ୍ୟରେ ଏହି ରକ୍ତ ସଂଗ୍ରହ ଭ୍ୟାନ୍ ମାଧ୍ୟମରେ ରକ୍ତ ସଂଗୃହିତ ହୋଇଥିଲା l ଏଣୁ ଜିଲାର ରକ୍ତ ଦାନ ଶିବିର ଆୟୋଜନ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏହାର ଲାଭ ଉଠାଇବା ଲାଗି ପରାମର୍ଶ ଦିଆଯାଇଛି l

Leave a comment

Your email address will not be published. Required fields are marked *