ଗାଁ ମୁଖିଆଙ୍କୁ ହତ୍ୟା କରି ଶବ ଜଗିଲା ହତ୍ୟାକାରୀ

admin | June 2, 2020 | 91 views |0 | Exclusive

ଉମରକୋଟ: ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ମୃତଦେହକୁ ଜଗିରହିଲା ହତ୍ୟାକାରୀ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ହଳଦୀ ଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତକଙ୍କ ନାଁ ମିନିଚାନ୍ଦ ଚୌହାନ। ପୁଲିସ୍‌ ଅଭିଯୁକ୍ତ ହିରଣ୍ୟ ବାଘଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ,ବହୁ ବର୍ଷ ତଳେ ହିରଣ୍ୟ ଜମାଦାରପଡ଼ା ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲା। ବିବାହ ପରଠାରୁ ପରିବାରରେ କଳହ ଲାଗି ରହୁଥିଲା। ଏହି ବିବାଦର ସମାଧାନ ପାଇଁ ଜମାଦାରପଡ଼ା ଗାଁ ମୁଖିଆ ମିନିଚାନ୍ଦଙ୍କୁ ନେଇ ବାରମ୍ବାର ବୈଠକ ବସୁଥିଲା। ମିନିଚାନ୍ଦଙ୍କ ନେତୃତ୍ୱରେ କେତେଜଣ ଗ୍ରାମବାସୀ ଏହାର ସମାଧାନ କରି ଆସୁଥିଲେ। କିନ୍ତୁ ମିନିଚାନ୍ଦଙ୍କ ନିଷ୍ପତ୍ତିକୁ ମାନୁ ନଥିଲା ହିରଣ୍ୟ। ନିଜ ଇଚ୍ଛା ମୁତାବକ ନିଷ୍ପତ୍ତି ହେଉ ନ ଥିବାରୁ ମିନିଚାନ୍ଦଙ୍କ ଉପରେ ତା’ ରାଗ ବଢ଼ି ଚାଲିଥିଲା। ଆଉ ଶେଷରେ ସେ ତାଙ୍କୁ ମାରି ଦେବାକୁ ଯୋଜନା କରିଥିଲା।ସୋମବାର ଦିନ ମିନିଚାନ୍ଦ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ହଳଦୀ ଗାଁକୁ ଯାଇଥିଲେ। ହିରଣ୍ୟ ନିଜ ସମସ୍ୟା ସମ୍ପର୍କରେ କଥା ହେବ ବୋଲି କହି ତାଙ୍କୁ ନିଜ ଘରକୁ ଡାକି ନେଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ହିରଣ୍ୟ ଏକ ଟାଙ୍ଗିଆରେ ହାଣି ମିନିଚାନ୍ଦଙ୍କୁ ହତ୍ୟା କରିଥିଲା। ତା’ପରେ ଶବକୁ ରାତିସାରା ଜଗି ବସିଥିଲା।ଚନ୍ଦାହାଣ୍ଡି ପୁଲିସ୍‌ ଗତକାଲି ଘଟଣାସ୍ଥଳରେ ପହଞ୍ଚି ହିରଣ୍ୟକୁ ଗିରଫ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories