#Breaking News

ଆଜିଠାରୁ କୁରାଳ ପଞ୍ଚମୀ ପୂଜା ଆରମ୍ଭ

ଢେଙ୍କାନାଳ୮(ଉଲାପ୍ର)ଆଜିଠାରୁ କୁମ୍ବକାର ମାନଙ୍କର ଇଷ୍ଟ ଦେବତା ଲକ୍ଷ୍ମୀନାରାୟଣଙ୍କର ପୂଜା ଆରମ୍ଭ ।ଢେଙ୍କାନାଳର ସହରରେ ଥିବା ଗୁଡ଼ିଆନାଳି ଓ ମୀନାବଜାରସ୍ଥିତ କୁମ୍ଭାର ସାହିରେ କୁମ୍ଭକାର ମାନେ ନିଷ୍ଠାର ସହିତ ଲକ୍ଷ୍ମୀନାରାୟଣଙ୍କୁ ପୂଜାର୍ଚ୍ଚନା କରିଥିଲେ । ପ୍ରାତଃ କାଳରୁ କଳସ ଯାତ୍ରା କରି ସରିବାପରେ ଅଧିବାସପୂଜା ,ସୂର୍ଯ୍ୟପୂଜା, ଗୋ ପୂଜା ଓ ବିଭିନ୍ନ ମଣ୍ଡଳପୂଜା କରାଯାଇଥିଲା । ଏହାପରେ ଚକ୍ଷୁଦାନ କରି ଲକ୍ଷ୍ମୀନାରାୟଣଙ୍କୁ ଆବାହନ କରାଯାଇଥିଲା । ଏହାପରେ ଷୋଳଷ ଉପଚାରପୂଜା କରାଯାଇ ଯଜ୍ଞ କରାଯାଇଥିଲା । ଏହାପରେ ଯଜ୍ଞ ର ଅଧିବାସପୂଜା ବିଭିନ୍ନ ଭୋଗରାଗ ଲାଗି କରାଯାଇଥିଲା ।

Leave a comment

Your email address will not be published. Required fields are marked *