#Breaking News

ଚିକିତ୍ସାରେ ଅର୍ଥ ସାଜିଛି ବାଧକ ସରକାରି ସହାୟତାକୁ ଅପେକ୍ଷା

:
ଫୁଲବାଣୀ- (ସୁନୀଲ ପଟନାୟକ)
ସରକାର ଗରୀବ ଲୋକ ଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଅନେକ ଯୋଜନା କରିଛନ୍ତି ହେଲେ ଏ ସବୁ ଯୋଜନା ସ6ତ ଯେପରି ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସାତସପନ ପାଲଟିଛି।
ଉପଯୁକ୍ତ ସ୍ୱାସ୍ଥ୍ୟସେବା ନ ପାଇ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଅଭିଯୋଗ କଲେ ବି ଶୁଣିବାକୁ କିଏ ନାହିଁ। ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପଞ୍ଚାୟତ ସମିତିର କରକୁଡୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରୁ ।
ଗ୍ରାମର ଜଣେ ୭୦ ବର୍ଷିୟା ଆଦିବାସୀ ବୁଦ୍ଧ । ଋତୁଲୀ ମାଝୀ ଙ୍କ ଦୁଃଖ ବୁଝିବାକୁ କେହି ନାହିଁ l ଏହି ବୃଦ୍ଧା ମହିଳା ଆଜକୁ ୨ ବର୍ଷ ରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି l ତାଙ୍କ ପାଟିର ତଳ ଓଠଓ ଜିଭ ଫୁଲି ଯାଇ ଘା ରେ ଭର୍ତ୍ତି ହୋଇଛି । ଅନେକ ଦିନ ହେଲା ଠିକରେ ଖାଇବା, ପିଇବା କରିନ ପାରି ଦୁର୍ବଳ ମଧ୍ୟ ହୋଇଗଲେଣି। ବାଲିଗୁଡା ଓ ବିଷମ କଟକ ମେଡିକାଲ୍ କୁ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ସେମାନେ ବଡ଼ ମେଡିକାଲ୍ ବ୍ରହ୍ମପୁର କିମ୍ବା ଭୁବନେଶ୍ୱର କୁ ଯାଇ ବଡ ଡାକ୍ତରଖାନାରେଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ ।
ଓଡ଼ିଆ ଭାଷା ବୁଝି ପାରୁ ନ ଥିବା ଏହି ଆଦିବାସୀ ବୃଦ୍ଧାମହିଳା ଜଣଙ୍କ କରେ । ନା ଲକ୍ ଡାଉନ୍ ସମୟରେ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବା ଭୁବନେଶ୍ଵର ଯିବା ପାଇଁ ଅର୍ଥ ଯୋଗାଡ କରିବା ସମ୍ଭବ ହୋଇନଥିଲ। । ଗ୍ରାମବାସୀ ତୁମୁଡିବନ୍ଧ ମେଡିକାଲ କୁ ଯାଇ ଆମ୍ବୁଲାନ୍ସରେ ନେବାପାଇଁ ଅନୁରୋଧ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା l
ଫଳରେ ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏଥିପ୍ରତି ଦୃଷ୍ଟିଦେଇ ସହଯୋଗର ହାତ ବଢ।ଇଲେ
ରୁତୁଲି ସୁସ୍ଥ ହୋଇଯାଆନ୍ତେ ବୋଲି ଗ୍ରାମ ବାସି ପ୍ରକାଶ କରିଛନ୍ତି।

Leave a comment

Your email address will not be published. Required fields are marked *