#Breaking News #District

ପୋଲିସ ଅତ୍ୟାଚାର ଓ ନିଃସର୍ତଖଲାସ ଦାବିରେ
ଫୁଲବାଣୀରେ ଆସନ୍ତା ୨୮ରେ ବିଶାଳ ସମାବେଶ


ଫୁଲବାଣୀ-(ସୁନୀଲ ପଟ୍ଟନାୟକ)
କନ୍ଧମାଳ ରେ ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ଗଞ୍ଜେଇ କାରବାର ରେ କିଛି ପୋଲିସ , ଅବକାରୀ ବିଭାଗ ଓ ବନ ବିଭାଗ କର୍ମଚାରୀ ମାନେ ଜଡ଼ିତ ଥିବା ବେଳେ ପୋଲିସ ବିଭିନ୍ନ ସମୟରେ ନୀରିହ ଲୋକ ଙ୍କ ଘର ଉପାରେସେମାନଙ୍କୁ ଚଢ଼ାଉ କରିବା ସହ ଙ୍କୁ ନିସ୍ତୁକ ମାଡ଼ ମାରି ଜେଲ ପଠାଉଥିବା ଘଟଣା ର ତୀବ୍ର ନିନ୍ଦା କରିବା ସହ ଏହାର ଦୃଢ଼ ପ୍ରତିବାଦ କରିବା ସହ ଫିରିଙ୍ଗିଆ ଥାନା ପୋଡ଼ି ମାମଲା ରେ ଗିରଫ କରିଥିବା ନିରୀହ ଆଦିବାସୀଙ୍କୁ ନିଃସର୍ତ ଖଲାସ ଦାବିରେ ଆସନ୍ତା ୨୮ରେ ଫୁଲବାଣୀରେ ବିଶାଳ ରାଲି ଓ ବିକ୍ଷୋଭ କରାଯିବ ବୋଲି ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀରେ କନ୍ଧ ମାଳ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି l ଗତ ୩ତାରିଖ ଦିନ ମଧ୍ୟରାତ୍ରି ରେ ପୋଲିସ ଗାଡିରେ ପୋଲିସ ଉପସ୍ଥିତରେ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଗ୍ରାମବାସୀ ଧରିଥିଲେ ଆଉ ପୋଲିସ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଥିଲେ l ପୋଲିସ ଉଚ୍ଚ କତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଫଳରେ ଉତ୍ୟକ୍ତ ଲୋକେ ଗତ ୫ତାରିଖ ରେ ଫିରିଙ୍ଗିଆ ଥାନା ପୋଡ଼ିଦେଇଥିଲେ l ଏହି ଘଟଣା ରେ ପୋଲିସ ପ୍ରକୃତ ଅଭିଯୁକ୍ତ ମାନଙ୍କୁ ଗିରଫ ନକରି ନୀରିହ ଲୋକଙ୍କୁ ନିସ୍ତୁକ ମାଡ଼ ମାରି ଗିରଫ କରୁଥିବା ମିଳିତ ମଞ୍ଚ ଅଧ୍ୟକ୍ଷ ତଥା ବରିଷ୍ଠ ଆଦିବାସୀ ନେତା ଲମ୍ବୋଦର କହଁର ଅଭିଯୋଗ କରିଛନ୍ତୀ l ପୋଲିସ ନିରୀହ ଲୋକଙ୍କୁ ଗିରଫ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି ଲମ୍ବୋଦର l
ନଚେତ୍ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଥାନା ଉପରେ ଏଭଳି କାଣ୍ଡ ଘଟିବା ନେ଼ଇ ଆଶଙ୍କା କରିଛନ୍ତି ସେ l

Leave a comment

Your email address will not be published. Required fields are marked *