#Breaking News #Uncategorized

ଭିନ୍ନକ୍ଷମ ସୁନୀ ମାଙ୍କ ସକ୍ଷମ ହେବାପାଇଁ ପ୍ରୟାସ


ଫୁଲବାଣୀ- (ସୁନୀଲ ପଟନାୟକ)
ସେ ଜଣେ ଭିନ୍ନକ୍ଷମ,ତଥାପି ସକ୍ଷମ ଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ପ୍ରୟାସ ଜାରି ରଖିଛନ୍ତି।ଭଲ ପାଠ ପଢି କିଛି କରି ଦେଖାଇବା ପାଇଁ ଲକ୍ଷ୍ୟ ରହିଛି ତାଙ୍କର । ନିଜର ନିଷ୍ଠା,ପରିଶ୍ରମ ଓ ଆତ୍ମବିଶ୍ଵାସ ଯୋଗୁଁ ସଫଳତା ହାସଲ କରି ଆଜି ଗ୍ରାଜୁଏଟ ଡିଗ୍ରୀ ହାସଲ କରିପାରିଛନ୍ତି । ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଟିକା ବାଲି ବ୍ଳକର ମିଡ ବାଲି ଗ୍ରାମର ସୁନୀମା ପ୍ରଧାନ । ପିଲାଟିଦିନରୁ ସୁନିମା ଜଣେ ଭିନ୍ନ କ୍ଷମ। ତଥାପି ସୁନୀମାର ପାଠପଢ଼ା ପ୍ରତି ଆଗ୍ରହ ଦେଖି ବାପା ତାକୁ ପାଠପଢ।ଇବାରେ କେବେ ହେଳା କରିନାହାନ୍ତି । ବାପା ଜଣେ ଦିନ ମଜୁରିଆ । ମୁଲ ଲାଗିଲେ ପରିବାର ଚଳେ । ହେଲେ ଝିଅ କିପରି ପାଠ ପଢ଼ି ସ୍ଵାବଲମ୍ବୀ ହେବ ସେ ନେଇ ସେ ସବୁବେଳେ ସୁନିମାକୁ ସହଯୋଗ କରିଆସୁଥିଲେ । ପ୍ରତିଦିନ ପିଲାବେଳେ ସୁନିମାକୁ ସାଇକେଲରେ ସ୍କୁଲକୁ ନେବା ଆଣିବା କରୁଥିଲେ । ମାଟ୍ରିକ ପାସ ପରେ ଟିକାବାଲି କଲେଜରେ ନାମଲେଖା ଇଲେ। ଆଉ ସେଠାରୁ ବିଏ ପାସ କଲେ ସୁନୀମା। ଆଉ ଅଧିକା ପଢିବା ପାଇଁ ତାଙ୍କର ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବ ରୁ ଦୁରକୁ ଯାଇ ପାଠପଢିବା ସମ୍ଭବ ହେଉନିତାଙ୍କ ପକ୍ଷେ। ଭିନ୍ନକ୍ଷମ ହୋଇ ସୁନିମା ବିଏ ପାସ କରିଥିବାରୁ ଗ୍ରାମବାସୀ ଗର୍ବ ଅନୁଭବ କରୁଥିବା କହିଛନ୍ତି । ସରକାର ଭିନ୍ନକ୍ଷମ ସୁନୀମାକୁ ସରକାରୀ ଚ। କିରୀଖଣ୍ଡିଏ ଯୋଗ। ଇଦେଲେ ସେ ସ୍ଵାବଲମ୍ବୀ ହେବା ସହ ପରିବାରକୁ ସ।ହାର୍ଯ୍ୟ କରିପାରନ୍ତେ ବୋଲି କହିଛନ୍ତି । ଏବେ ସରକାରୀ ସହାୟତା କହିଲେ ମାସକୁ ୭ଶହ ଟଙ୍କା ପେନସନ ଓ ୫ କେଜି ଚାଉଳ ମିଳୁଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *