#Uncategorized

ତୁମୁଡିବନ୍ଧ ପୋଲିସ ଦ୍ୱାରା ହେଲମେଟ ଯାଞ୍ଚ କଡାକଡି ସହ ଜୋରିମାନା ଆଦାୟ


ବାଲିଗୁଡା,(ଉଲାପ୍ର): ରାଜ୍ୟ ସରକାର ବର୍ତ୍ତମାନ ବିନା ହେଲମେଟରେ ଗାଡି ଚଳାଉ ଥିବା ବାଇକ ଚାଳକଙ୍କ ପାଇଁ କଠୋର ନିୟମ ଲାଗୁ କରିଛନ୍ତି I କିନ୍ତୁ ପ୍ରାୟ ଜନସାଧାରଣ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉ ଥିବା ଦେଖାଦେଇଛି I ଏହା ସହ ଆନେକ ସମୟରେ ବାଇକ ଚାଳକ ଜଣେ ପିନ୍ଧିଥିବା ବେଳେ ଅନ୍ୟ ଜଣେ ବିନା ହେଲମେଟରେ ଯାତ୍ରା କରୁଛନ୍ତି I ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ, ଏସ.ଆଇ ଜୟନ୍ତ କୁମାର ସେଠି, ଏସ.ଆଇ ତ୍ରିଲୋଚନ ପ୍ରଧାନ ବାଇକ ଚାଳକଙ୍କୁ ସଚେତନତା କରିବା ସହ ହେଲମେଟ ଚେକିଂକୁ ଜୋରଦାର କରିଛନ୍ତି I ନିୟମ ଉଲଘଂନ କାରିଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରୁଛନ୍ତି I ତୁମୁଡିବନ୍ଧ ପୁଲିସ ବାଇକ ଚାଳକଙ୍କୁ ଠାରୁ ଚାଲାଣ କାଟିବା ସହ ସଚେତନତାର ବାର୍ତ୍ତା ଦେଇ ଜୀବନ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରୁଛନ୍ତି I ହେଲମେଟ ପିନ୍ଧନ୍ତୁ କାରଣ ଆପଣଙ୍କ ଘରେ ଆପଣଙ୍କ ପରିବାରର ସଦସ୍ୟ ଆପଣଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିବେ I ଆପଣଙ୍କର ଜୀବନ ମୂଲ୍ୟବାନ ଆପଣ ଜାଣିନାହାନ୍ତି କିନ୍ତୁ ପରିବାର ସଦସ୍ୟ ଜାଣିଛନ୍ତି ବୋଲି ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଥିଲେ l

Leave a comment

Your email address will not be published. Required fields are marked *