#Breaking News

62 ତମ ପୋଲିସ ସହିଦ ଦିବସ ପାଳନ

|
ଫୁଲବାଣୀ –(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ 62 ତମ ପୋଲିସ ସହିଦ ଦିବସ ପାଳନ କରାଯାଇଛି !ଏହି ଅବସରରେ କନ୍ଧମାଳ ଏସ ପି ଭିନୀତ ଅଗ୍ରୱାଲ ପଡ଼ିଆରେ ଉପସ୍ଥିତ ରହି ପୋଲିସ ସହିଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିଦ,ଜିଲ୍ଲା ପୋଲିସ ପକ୍ଷରୁ ସହିଦ ମାନଙ୍କୁ Guard of Honour ପ୍ରଦାନ କରାଯାଇଥିଲା !ଏହି ଦିବସ ପାଳନ ଅବସରରେ SP ନିଜ ଅଭିଭାଷଣରେ କହିଥିଲେ, ଦେଶ ପାଇଁ ଯେଉଁ ମାନେ ସହିଦ ହୋଇଛନ୍ତି ଆମେ ତାଙ୍କୁ ଚିର ସ୍ମରଣୀୟ ରଖିବୁ ଏବଂ ତାଙ୍କ ବଳିଦାନ ଆମକୁ ଲୋକଙ୍କ ପାଇଁ ଭଲ କାମ କରିବାକୁ ପ୍ରେରଣା ଦେବ !ତେବେ ଏହି ସହିଦ ଦିବସ ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ସପ୍ତାହେ ବ୍ୟାପି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ,ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ !ତେବେ ଏହି ସହିଦ ଦିବସ ପାଳନ ଅବସରରେ ପଡ଼ିଆରେ ସହିଦ ମାନଙ୍କ ପରିବାର ସଦସ୍ୟ ଏବଂ ଜିଲ୍ଲା ପୋଲିସର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ !

Leave a comment

Your email address will not be published. Required fields are marked *