#Uncategorized

ବାଲିଗୁଡା ରୁ ଗଞ୍ଜେଇ ସହ ଅଟୋ ଓ ସ୍କୁଟି ଜବତ :ଜଣେ ଗିରଫ


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ସନ୍ଧ୍ୟା ସମୟରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜକିକିଆ-ମିଡ଼ିଆକିଆ ରାସ୍ତାରେ ନିକଟରେ ଏକ ଅଟୋରେ ଗଞ୍ଜେଇ ଲୋଡ୍ ହୋଇ ଆସୁଥିବା ଖବର ପାଇ ବାଲିଗୁଡା ଥାନା ଏସ୍ ଆଇ ଦୀପକ ରାଉତ ଙ୍କ ସହ ତାଙ୍କ ଟିମ୍ ସହିତ ଅଟୋକୁ ତନଖି କରିଥିଲେ l ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ l ଗାଡ଼ିରେ ମୋଟ ୪୨ କେଜି ୩୦୦ ଶହ ସହ ଗ୍ରାମ ଗଞ୍ଜେଇ ଥିବା ସହ ,ଗାଇଡ କରୁଥିବା ଏକ ସ୍କୁଟି ସହିତ ଜଣକୁ ଗିରଫ କରିଥିଲେ l ଗିରଫ ବ୍ୟକ୍ତି ହେଲେ ଲାଜରା ଦିଗାଲ ତାଙ୍କର ଘର କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବରିକିଆ ଅଞ୍ଚଳର ବୋଲି ଜଣାପଡିଛି l ଏ ନେଇ ଏକ ମାମଲା ନଂ ୪୫/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l ଏସଆଇ ଦିପକ ରାଉତ ମାମଲାର ତଦନ୍ତ କରୁଛନ୍ତି | ଏନେଇ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଜଣକୁ ଗିରଫ କରିବା ସହ ଫେରାରଥିବା ଦୁଇ ଜଣକୁ ଅତିଶିଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି |

Leave a comment

Your email address will not be published. Required fields are marked *