#Breaking News

ରାସ୍ତାକଡ଼ ଜଙ୍ଗଲରେ ସାଂସଦ କଲେ ଲଞ୍ଚ


ଫୁଲବାଣୀ(ସୁନୀଲପଟନାୟକ)
ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚ।ର ବି ଯୋର ଧରୁଛି । ଏପଟେ ଜିଲ୍ଲାପରିଷଦ ନିର୍ବାଚନ ରେ ଶାସକ ବିଜେଡି ଯେପରି ସଂଖ୍ୟାଗରିଷ୍ଠତା ହାସଲ କରିଜ଼ିଲ୍ଲା ପରିଷଦ ଗଠନ କରିବ ସେ ଦାୟୀତ୍ଵ ସଂl ସଦ ଙ୍କ ଉପରେ। ଫଳରେ ନିର୍ବାଚନ ତାରିଖ ଘୋଷଣା ପରଠାରୁ ସଂ।ସଦ ପ୍ରାୟ କନ୍ଧମାଳ ଜିଲ୍ଲାରେ ଦଳୀୟ କର୍ମୀଙ୍କୁ ଏକ ଯୁଟ କରି ଦିନ ରାତି ଏକ କରି ଭୋକ ଶୋଷ ଭୂଲି ପ୍ରାର୍ଥୀଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତ କେଉଁଠି କର୍ମୀ ସମ୍ମିଳନୀ କରି କର୍ମୀମାନଙ୍କୁ ଗୁରୁ ମନ୍ତ୍ର ଦେଉଛନ୍ତି କନ୍ଧମାଳର ସାଂସଦ ଡଃ. ଅଚ୍ଯୁତ ସାମନ୍ତ ।
ବୁଧବାର ସକାଳୁ ସକାଳୁ ଚ। ଓଟିଫିନ ସାରି ନିର୍ବାଚନ ପ୍ରଚାରରେ ବାହାରିଯାଇଥିଲେ ସାଂସଦ । ଯିବା ବାଟରେ ଯେଉଁଠି ବି ଦଳୀୟକର୍ମୀ ଓ ପ୍ରାର୍ଥୀଙ୍କୁ ଦେଖନ୍ତି ଗାଡିରୁ ଓହ୍ଲାଇକିଛି ସମୟ ଆଲୋଚନା କରି ପ୍ରାର୍ଥୀଙ୍କୁ ଉତ୍ସାହିତ କରିମନୋବଳ କୁ ଦୃଢ କରି ଥାନ୍ତି । ବୁଧବାର ସାଂସଦ କନୂଆଗାଁ,ବାଲିଗୁଡା, ଆଦି ଅଞ୍ଚଳକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ଜୋରଦାର ପ୍ରଚାର କରିବା ଫଳରେ କ୍ଲାନ୍ତ ହୋଇପଡିଥିଲେ କୁଆଡେ । ଫଳରେ ସାଂସଦ ରାସ୍ତା ପାର୍ଶ୍ଵରେ ଥିବା ଜଙ୍ଗଲ ନିକଟରେଗାଡ଼ି କୁ ଅଟକାଇ କିଛି ସମୟ ରେଷ୍ଟ ନେଇଥିଲେ । ପାଖରେ ଥିବା ନିଉଜ ପେପର ଏଭଳି ସମୟରେ ବେଶ
କାମରେ ଆସିଥିଲା |
କିଛି ସମୟ ଶାନ୍ତ
ପରିବେଶ ରେ ଏକାକୀ ବସି ପ୍ରକୃତି କୋଳରେ ନିଜକୁ ହଜାଇ ନେଇଥିଲେ ସେ । ମଝିରେ ମଝିରେ ହାଲକା ଥଣ୍ଡା ପବନ ମଧ୍ୟ ବାଜୁଥିଲାଦେହରେ । ପ୍ରଚାର କରି କ୍ଲାନ୍ତ ହୋଇ ପଡିଥିବା ଶରୀରରେ ଶକ୍ତି ସଞ୍ଚାର ପରେ ଆଗକୁଯିବା ଲାଗି
ଚିନ୍ତାକରିବା ବେଳେ ସମୟ ପାଖାପାଖି ଦୁଇଟା ହୋଇଯାଇଥିଲା।
ଭୋକ ମଧ୍ୟ ହେଉଥିଲା, ଫଳରେ ଗାଡିରେ ଥିବା ପ୍ୟାକେଟ ଲଞ୍ଚ କୁ ନେଇ ଆସିବା ଲାଗି ଇସାରା ଦେଇଥଲେ । ଲଞ୍ଚ ଵି ଆସିଗଲା। ସେଠାରେ ହିଁ ବସି ପେପର ପ୍ଳେଟରେ ସେ ଲଞ୍ଚ କରିଥିବା ଦେଖା ଯାଇଥିଲା ସେ ଏକାକି ଲଞ୍ଚ କରି ନଥିଲେ ସାଥିରେ ଥିବା ଦୁଇ ଜଣ ସହଯୋଗୀ ଙ୍କ ସହିତ ଲଞ୍ଚ ସେୟାର କରିଥିଲେ ସଂସଦ ଡଃ ସାମନ୍ତ ।
କାରଣ ଲଞ୍ଚ ସେୟାର କରିବାରେ ଆନନ୍ଦ ଥାଏ ବୋଲି ସେ ଜାଣନ୍ତି ।
ଲଞ୍ଚ ପରେ ସାଂସଦ ପୁଣି ଆଗକୁ ବଢିଲେ ନିର୍ବାଚନ ପ୍ରଚାରରେ।
କନ୍ଧମାଳ ସାଂସଦ ଜଣେ ଶାନ୍ତ ସରଳ ସିଧା ସାଧା, ଅନ୍ୟର ଦୁଃଖଦରଦ କୁ ସହଜ ରେ ବୁଝି ପାରୁଥିବା ଜଣେ ଦରଦୀ ମଣିଷଟିଏ ବୋଲି ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ।

Leave a comment

Your email address will not be published. Required fields are marked *