#Breaking News

ରାଜ୍ୟଭିନ୍ନକ୍ଷମ କମିଶନରଙ୍କ କନ୍ଧମାଳ ଗସ୍ତ


ଫୁଲବାଣୀ- (ସୁନୀଲ ପଟନାୟକ)
ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଫୁଲ ବାଣୀରେ ପହଞ୍ଚିବାପରେ ଫୁଲବାଣୀରେ ଥିବା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଯାଇ ସେଠାରେ ଚାଲିଥିବା ଚିକିତ୍ସା ବ୍ୟବସ୍ଥା ଓ ଯନ୍ତ୍ରପାତୀ ଆଦି ବୁଲି ଦେଖିଥିଲେ । ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ କମିଶନସୁଲୋଚନା ଦାସ ।
କନ୍ଧମାଳ ପରି ଛୋଟିଆ ଜିଲ୍ଲାରେ ସୁନ୍ଦର ଓ ବ୍ୟବସ୍ଥିତ ଭାବେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଚାଲିଥିବା ଦେଖିଖୁସିବ୍ୟକ୍ତ କରିଥିଲେ କମିଶନ । ଏତଦବ୍ୟତିତ ଆକର୍ଷଣୀୟ ତଥା ପରିଷ୍କାର ପରିବେଶ ଦେଖି କର୍ମଚାରୀଙ୍କୁ ପ୍ରସଂସା କରିଥିଲେ । ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ ରୋଗୀଙ୍କ ସେବା କରିବାଲାଗି ପରାମର୍ଶ ଦେଇଥିଲେ।ଏହି କେନ୍ଦ୍ର ରାଜ୍ୟର ରୋଲ ମଡେଲ ହେବ ବୋଲି କହିଥିଲେ। ଦାୟୀତ୍ଵରେ ଥିବା ଅଧିକାରି ଅକ୍ଷୟ କୁମାର ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠି ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ଏକ ଜଗନ୍ନାଥ ଫଟେ । ରାଜ୍ୟ ଭିନ୍ନକ୍ଷମ କମିଶନ ଶ୍ରୀମତୀ ଦାସଙ୍କୁ ପ୍ରଦାନ କରିଥିଲେ ।
ଏହାପରେ କମିଶନ ପୌର କାର୍ଯ୍ୟାଳୟକୁ ଯାଇ ଭିନ୍ନକ୍ଷମମାନଙ୍କ ଶୁଣାଣୀ କରିଥିଲେ । ସେହିପରି ୨୫ କୋଟି ଟଙ୍କା ବାୟରେ ସାର୍ତ୍ତା ଗୁଡ଼ା ଠାରେ ନିର୍ମିତ ବୁଦ୍ଧ । ଶ୍ରମ ବୁଲି ଦେଖିଥିଲେ।

Leave a comment

Your email address will not be published. Required fields are marked *